ନିଶାର୍ଦ୍ଧରେ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ସ୍ପର୍ଶ କରିବାକୁ ବାରଣ

You are currently viewing ନିଶାର୍ଦ୍ଧରେ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ, ସ୍ପର୍ଶ କରିବାକୁ ବାରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ବୁଧବାର ନିଶାର୍ଦ୍ଧରେ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଗୋପାଳପ୍ରସାଦ ହାଇସ୍କୁଲର ପାଚେରୀ ନିକଟସ୍ଥ ତଥା ଗଜରାଜ ଷ୍ଟାଡିୟମ୍‌ ପରିସରରେ ମା’ ଅଗ୍ନିରୂପା ଆବିର୍ଭୂତ ହୋଇଛନ୍ତି। ଗତକାଲି ମଧ୍ୟରାତ୍ରରେ ମୁଖ୍ୟ ଦେହୁରୀ ମା’ଙ୍କୁ ଶାବରୀ ମତରେ ପୂଜାର୍ଚ୍ଚନା କରି ବଶୀଭୂତ କରିଥିଲେ। ଏହା ପରେ ସେ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ ଚିହ୍ନଟ କରିଥିଲେ। ସିଂହଡ଼ା ଯୋର ନିକଟରେ ମା’ଙ୍କର ଆବିର୍ଭାବ ହୋଇଥ‌ିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଆଜି ସକାଳୁ ମା’ ହିଙ୍ଗୁଳାଙ୍କ ଆବିର୍ଭାବ ସ୍ଥଳକୁ ମନ୍ଦିର ପ୍ରଶାସନ ପକ୍ଷରୁ ସଫା କରାଯାଇଛି। ଉଭାସ୍ଥଳରେ ଭକ୍ତମାନେ ମା’ଙ୍କୁ ସ୍ପର୍ଶ କରି ପୂଜା କରିବାକୁ ବାରଣ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଦୂରତାରୁ ମା’ଙ୍କ ଦର୍ଶନ କରିବାକୁ ମୁଖ୍ୟ ଦେହୁରୀ ଅନୁରୋଧ କରିଛନ୍ତି।

Share

Leave a Reply