ଅଙ୍ଗାରବନ୍ଧ ଅଲେଖ ମହିମା ଧାମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି, କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

You are currently viewing ଅଙ୍ଗାରବନ୍ଧ ଅଲେଖ ମହିମା ଧାମକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି, କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଲେଖ ମହିମା ଧାମ, ଅଙ୍ଗାରବନ୍ଧକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଦାବି ହୋଇଛି। ଏନେଇ ଶନିବାର ମହିମାଧାମ ପକ୍ଷରୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ବିଧାୟକ ଶ୍ରୀ ପ୍ରଧାନ ଧାମର ଉନ୍ନତି ନିମନ୍ତେ ପୂର୍ଣ୍ଣ ସହଯୋଗ କରିବା ସହ ଆଗାମୀ ଭୀମ ଭୋଇ ଜୟନ୍ତୀ ପାଳନ ପାଇଁ ମଧ୍ୟ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଅଲେଖ ମହିମା ସେବା ସଂଗଠନ ପକ୍ଷରୁ ସଭାପତି ତଥା ସରପଞ୍ଚ ସୁଜାତା ସାହୁ, ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, କରୁଣାକର ସାହୁ, ଅକ୍ରୁର ଦାସ, ଧନଞ୍ଜୟ ସାହୁ ପ୍ରମୁଖ ମନ୍ଦିର ଉନ୍ନତିକରଣର ବ୍ଲୁ-ପ୍ରିଣ୍ଟ ପ୍ରଦାନ କରିଥିଲେ।

Share

Leave a Reply