ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଭେଟିଲା ଓକିଲ ସଂଘ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

You are currently viewing ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଭେଟିଲା ଓକିଲ ସଂଘ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅନୁଗୁଳର ଉପଜିଲ୍ଲାପାଳ ତଥା ଉପଜିଲ୍ଲା ମାଜିଷ୍ଟ୍ରେଟ୍‌ ମାୟାଧର ବେହେରାଙ୍କୁ ସାକ୍ଷାତ୍ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ଆଲୋଚନାରେ ଅନେକ ସମସ୍ୟାକୁ ଉତ୍‌ଥାପନ କରିଥିଲେ ପ୍ରତିନିଧି ଦଳ। ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ପତ୍ର ଲୋକମାନେ କିପରି ସୁବିଧାରେ ପାଇ ପାରିବେ, ଜିଲ୍ଲା ରେଡକ୍ରସ ତରଫରୁ ସାଧାରଣ ଲୋକ କିପରି ତୁରନ୍ତ ସାହାଯ୍ୟ ପାଇବେ, ୨୨ ନିୟମ ଅନୁଯାୟୀ ଲୋକମାନେ କିପରି ଜମିପଟ୍ଟା ଅନୁମତି ତୁରନ୍ତ ପାଇବେ, ଉପଜିଲ୍ଲାପାଳଙ୍କ ଅଧୀନରେ ଥିବା ଏଗ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଏବଂ ଉପଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ କିପରି ନିୟମିତ ଭାବେ ଚାଲିବ ଯାହା ଦ୍ଵାରା ସାଧାରଣ ଜନତା ତୁରନ୍ତ ସମସ୍ତ ପ୍ରକାରର ନ୍ୟାୟ ପାଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା। ତେବେ ସ୍ଥାୟୀ ସମାଧାନ କରିବା ପାଇଁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

ଏହି ପ୍ରତିନିଧି ଦଳରେ ଓକିଲ ସଂଘର ସହ ସମ୍ପାଦକ ପୁରୁଷୋତ୍ତମ ନାୟକ, ବରିଷ୍ଠ ଆଇନଜୀବୀ ଭୂପେଶ ଚନ୍ଦ୍ର ପ୍ରଧାନ, ପାର୍ଥ ସାରଥି ପ୍ରଧାନ, ମନୋରଞ୍ଜନ ଦାସ, ସଞ୍ଜୟ ସାହୁ, ଦିବ୍ୟାଦର୍ଶି ବଳିୟାର ସିଂହ, ଆର୍ଶୀବାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply