ଅନୁଗୁଳ: ସରକାର ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଆଖିଦୃଶିଆ ଉନ୍ନତି ଆଣିବା ପାଇଁ ରାଜ୍ୟରେ ୨୦୦୦ ନୂଆ ଏଲଟିଆରେମୋ ପଦବୀ ମଞ୍ଜୁର କରିଛନ୍ତି। ଏଥି ନେଇ ସ୍ୱାସ୍ଥ୍ୟ ସଚିବ ଏକ ପତ୍ର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏହି ଚିଠି ମୁତାବକ ୩୦ଟି ଜିଲ୍ଲାକୁ ୫୦ ଜଣ ହିସାବରେ ୧୫୦୦ ଡାକ୍ତର ରହିବେ। ରାଉରକେଲାକୁ ୨୦ଜଣ ଏବଂ ୩୨ଟି ଉପଖଣ୍ଡ ଡାକ୍ତରଖାନାକୁ ୧୫ ଜଣ ଲେଖାଏଁ ଡାକ୍ତର ଦିଆଯିବ। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ,ତାକଚେର,
ପାଲଲହଡାକୁ ଏଥିରେ ସାମିଲ କରାଯାଇଛି।ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛି ଓମସା। ଓମସା ରାଜ୍ୟ ସାଧାରଣ ସମ୍ପାଦକ ଡା ବିଶ୍ୱଜିତ ସାମଲ ଏ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହାଦ୍ୱାରା ସ୍ୱାସ୍ଥ୍ୟ ସେବାରେ ପ୍ରଭୁତ ଉନ୍ନତି ଆସିବ ବୋଲି ପ୍ରକାଶ କରିଛନ୍ତି।