ଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

You are currently viewing ଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅତ୍ୟାଧୁନିକ ସେବାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।
ଏ ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ। ଓଡ଼ିଶାରେ ୫ ହଜାର ଟାଓ୍ଵାର ୭ ହଜାର ଗାଁକୁ ସଂଯୋଗ କରିବ। କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ୫ଜି ସେବା ଉପଲବ୍ଧ ହେବ। ଆଜି ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ଟାଓ୍ଵାରର ଉଦ୍‌ଘାଟନ ହୋଇଛି। ଏଣିକି ଓଡ଼ିଶାର ପ୍ରତିଟି ଗାଁକୁ ୫ ଜି ସେବା ମିଳିବ। ଏଥିପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୦୦ କୋଟି ଟଙ୍କା ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏହି ସେବା ରିଲାଏନ୍ସ, ଏୟାରଟେଲ ଓ ଜିଓ ଯୋଗାଉଛନ୍ତି। ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରକାଶ ଯେ ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ।

Share

Leave a Reply