ଅନୁଗୁଳ: ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଗତ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ୫ମ ସପ୍ତଧାରା ସଙ୍ଗୀତ ସନ୍ଧ୍ୟା।ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜକାନ୍ତ ସାହୁ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ। ବିକାଶ ଭୋଇଙ୍କ ସରସ୍ଵତୀ ବନ୍ଦନାରୁ ଆରମ୍ଭ ହୋଇଥିଲା ସଙ୍ଗୀତ ସନ୍ଧ୍ୟା।ପରେ ପରେ ବିଦେଶୀ ନାଏକ,ମାମା ମିଶ୍ର,ଦୀପକ ଶର୍ମା,ତ୍ରିଲୋଚନ ବିଶ୍ଵାଳ,ମନୋଜ ପଣ୍ଡା, ଲିଟୁନ ସାମଲ ଏବଂ ସରୋଜ କାନ୍ତ ସାହୁ ନୂଆ ପୁରୁଣା ହିଟ ଗୀତ ମାନ ଗାଇ ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ।
ସମାରୋହ ଆରମ୍ଭ ରେ ସ୍ଥାନୀୟ ଦିବଂଗତ କଳାକାର ମାନଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରତିଭା ସମ୍ପନ୍ନ କଣ୍ଠ ଶିଳ୍ପୀ ରୂପେ ସଂସ୍ଥା ପକ୍ଷରୁ ମୌସୁମୀ ଦାସ ଏବଂ ଦେବଦତ୍ତ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରଞ୍ଜନ ବେହେରା ମଞ୍ଚ ପରିଚାଳନା କରିଥିଲେ ।


