ଅନୁଗୁଳ: ଛେଣ୍ତିପଦା ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ବାଇକ୍ ଡିକି ଭାଙ୍ଗି ଶୁକ୍ରବାର ଦିନ ଦିନ୧୨ଟା ସମୟରେ ୬୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯେ, ଗୋଳାଗାଡିଆ ଗାଁର ଶରତ ସାହୁ ଆଜି ଛେଣ୍ତିପଦା ଆଇସିଆଇସିଆଇ ବ୍ୟାଙ୍କରୁ ୭୦ ଟଙ୍କା ଉଠାଇ ଥିବା ବେଳେ ଏକ ଦୋକାନରେ ୧୦ହଜାର ଟଙ୍କା ଦେଇ ଡିକିରେ ୬୦ ହଜାର ଟଙ୍କା ରଖିଥିଲେ। କୌଣସି କାର୍ଯ୍ୟରେ ବ୍ଲକ୍ ପରିସରରେ ଗାଡିଟିକୁ ଛାଡି ୫ମିନିଟ୍ ପରେ ଫେରି ଦେଖିଲା ବେଳକୁ ବାଇକ୍ ଡିକି ଭଙ୍ଗାଯାଇଥିଲା। ଡିକିରୁ ସମସ୍ତ ଟଙ୍କା କେହି ଦୁର୍ବୃତ୍ତ ନେଇଯାଇଥିଲା । ଫଳରେ ଶ୍ରୀ ସାହୁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣା ସମ୍ପର୍କରେ ଛାନଭିନ୍ ଜାରି ରଖିଛି।
ବାଇକ୍ ଡିକିରୁ ୬୦ ହଜାର ଟଙ୍କା ଚୋରି
- Post published:August 13, 2021
- Post category:ଘଟଣା ଓ ଦୁର୍ଘଟଣା / ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
