ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଜିଲ୍ଲା କାର୍ଯ୍ୟାଳୟଠାରେ ମଙ୍ଗଳବାର ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହ ରକ୍ଷୀ ମାନଙ୍କର ଦେଶସେବା ଓ ତ୍ୟାଗର ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ମୀନା କରୋନା ସମୟରେ ଗୃହରକ୍ଷୀ ମାନେ ଜୀବନକୁ କିଭଳି ବାଜି ଲଗେଇ କାମ କରିଥିଲେ ତାହାର ଅବତାରଣା ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମୀନା ଏ ଅବସରରେ ଗୃହରକ୍ଷୀମାନଙ୍କ ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ଉଚ୍ଚ କର୍ତବ୍ୟନିଷ୍ଠା ଓ ତ୍ୟାଗ ପାଇଁ ଜିଲ୍ଲାର ୯ ଜଣ ଗୃହରକ୍ଷୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଡେପୁଟି କମାଣ୍ଡାଣ୍ଟ ସୁଶାନ୍ତ କୁମାର ସାହୁ ସମାରୋହ ପରିଚାଳନାରେ ସହାୟତା କରିଥିଲେ।
୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ
- Post published:December 6, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul