ଅନୁଗୁଳ: ରେଳ ବିଭାଗରେ ନିଯୁକ୍ତି ଆଶାୟୀଙ୍କୁ ମାଡ ପ୍ରତିବାଦରେ ଡିଓ୍ବାଇଓ ପକ୍ଷରୁ ଶନିବାର ଅନୁଗୁଳ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରେଳ ବିଭାଗର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ବିରୋଧ କରି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ ଚଳାଇଥିବା ଛାତ୍ର, ଯୁବକଙ୍କ ଉପରେ ବର୍ବର ଲାଠି ଚାଳନା କରିଥିବା ପୁଲିସ ଅଧିକାରୀଙ୍କୁ ଦଣ୍ଡବିଧାନ କରିବା, ପରୀକ୍ଷାର ସୁପରିରଳନା କରି ଖାଲିପଡିଥିବା ସମସ୍ତ ପଦକୁ ପୂରଣ କରିବା, ଆନ୍ଦୋଳନକାରୀ ଛାତ୍ର ଓ ଯୁବକଙ୍କୁ ରେଳ ବିଭାଗରେ ନିଯୁକ୍ତି ନଦେବା ନିଷ୍ପତ୍ତି ପ୍ରତ୍ୟାହାର କରିବା, ଆନ୍ଦୋଳନକାରୀ ଛାତ୍ର ଓ ଯୁବକଙ୍କ ଉପରୁ ମୋକଦ୍ଦମା ପ୍ରତ୍ୟାହାର କରିବା, ରେଳ ବିଭାଗର ଘରୋଇକରଣ ବନ୍ଦ କରିବା ଦାବିରେ ଅଲ୍ ଇଣ୍ଡିଆ ଡିୱାଇଓ ତରଫରୁ ଏହି ପ୍ରତିବାଦ କରାଯାଇଥିଲା। ଡିୱାଇଓ ଜିଲ୍ଲା ସଭାପତି ନିରଞ୍ଜନ ନାୟକଙ୍କ ସମେତ ଜ୍ୟୋତ୍ସ୍ନା ସାମଲ, ଦୁଃଖବନ୍ଧୁ ବେହେରା ପ୍ରମୁଖ ଏକ ପ୍ରତିନିଧ୍ଵ ଦଳରେ ଯାଇ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅନୁଗୁଳ ରେଲ ଷ୍ଟେସନମାଷ୍ଟରଙ୍କୁ ପ୍ରଦାନ କରିଥିଲେ।
ନିଯୁକ୍ତି ଆଶାୟୀଙ୍କୁ ମାଡ ପ୍ରତିବାଦରେ ଡିଓ୍ବାଇଓର ବିକ୍ଷୋଭ
- Post published:January 30, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul