ବଜ୍ରକୋଟ ଜନତା ଉଚ୍ଚ ବିଦ୍ୟାଳୟର ୬୧ ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ବିଧାୟକ

You are currently viewing ବଜ୍ରକୋଟ ଜନତା ଉଚ୍ଚ ବିଦ୍ୟାଳୟର ୬୧ ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଜନତା ଉଚ୍ଚ ବିଦ୍ୟାଳୟର ୬୧ ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନେ ଚରିତ୍ରବାନ ହେବ ସହ ସମାଜରେ ଜଣେ ଭଲ ମଣିଷ ହେବକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସାଂସଦଙ୍କ ପ୍ରତିନିଧି ନୃସିଂହ ଚରଣ ବରାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଏକନିଷ୍ଠ ହୋଇ ଅଧ୍ୟୟନ କଲେ ସଫଳତା ହାସଲ କରିପାରିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରଦୀପ ସାହୁ, ସମିତି ସଭ୍ୟ ସୀମାଞ୍ଚଳ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ସାହୁ, ପଞ୍ଚସଖା ଶିକ୍ଷାସେତୁ ସଦସ୍ୟ ରାମଚନ୍ଦ୍ର ଜେନା, ପୂର୍ବତନ ତାମଡା ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସର୍ବୋଚ୍ଚ ନମ୍ବର ରଖି ଏ -୧ ସ୍ଥାନ ହାସଲ କରିଥିବା ବିଦ୍ୟାଳୟର ଛାତ୍ର ଶୁଭେନ୍ଦୁ ସାହୁ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ଶିକ୍ଷକ ଲମ୍ବୋଦର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶାନ୍ତ ବେହେରାଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦୀପିକା ପ୍ରିୟଦର୍ଶିନୀ ଭୋଇ, ଶିକ୍ଷକ ଜ୍ୟୋତିକାନ୍ତ ନାଏକ, ସୁରେଶ ସାହୁ, ଶିଶିର ମହାନ୍ତି, ଗିରିଧାରୀ ବରାଳ, ପ୍ରଶାନ୍ତ ବଳ ତଥା ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply