୬୫୦ ଲିଟର ଦେଶୀମଦ ଜବତ

You are currently viewing ୬୫୦ ଲିଟର ଦେଶୀମଦ ଜବତ

ଅନୁଗୁଳ: ବୁଧବାର ରାତି ୮ଟା ବେଳେ ତାଳଚେର ଅବକାରୀ ବିଭାଗ ସନ୍ଥପଡ଼ା ଛକରେ ଏକ ଟାଟା ଏସି ଗାଡି (ଓଡି୧୯ ଏନ୍ ୭୧୪୦)ଜବତ କରିଛି। ଗାଡିଟି ପରଜଙ୍ଗ ଆଡୁ ତାଳଚେର ଅଞ୍ଚଳକୁ ଚୋରା ଦେଶୀମଦ ନେଇ ଆସୁଥିଲା ବେଳ ଅବକାରୀ କର୍ମଚାରୀ ସନ୍ଥପଡ଼ା ଛକ ଠାରେ ଗାଡିଟିକୁ ଅଟକାଇ ଥିଲେ। ତେବେ ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତି ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଅଟୋରୁ ୬୫୦ ଲିଟର ଦେଶୀମଦ ଜବତ କରାଯାଇଛି। ଅବକାରୀ ଉପନିରୀକ୍ଷକ ପ୍ରକାଶ କୁମାର ଦାସ, ଏସ୍ଆଇ ସନ୍ତୋଷ ସେନାପତି, ହରିହର ପରିଡା ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ।

Share

Leave a Reply