ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ବାବାସାହେବଙ୍କ ୬୬ ତମ ତିରୋଧାନ ଦିବସ ପାଳିତ

You are currently viewing ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ବାବାସାହେବଙ୍କ ୬୬ ତମ ତିରୋଧାନ ଦିବସ ପାଳିତ

ଆଠମଲ୍ଲିକ: ଆଠମଲ୍ଲିକର ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ସଭାପତି ଆଇନଜୀବୀ ଜିତେନ୍ଦ୍ର କୁମାର ମୁଖିଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୬୬ ତମ ତିରୋଧାନ ଦିବସ ପାଳିତ ହୋଇଛି।

ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ତରଣୀ ସୁନା ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମ୍ମାନିତ ଅତିଥିଭାବେ ଏନଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ତହସିଲଦାର ଯଶୋବନ୍ତ ଦେହୁରୀ, ସହକାରୀ ଜିଲ୍ଲାପାଳ କୁଳମଣି ଦଳେଇ ପ୍ରମୁଖ ଯୋଗଦେଇ ବାବାସାହେବଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବାମନ କୁମାର ମିଶ୍ର, ରଞ୍ଜନ କୁମାର ବେହେରା, ଆର୍ଯ୍ୟଭଟ୍ଟ ମହାନନ୍ଦିଆ, ଗଜେନ୍ଦ୍ର ବେହେରା, ନିରାକାର ଭୁକ୍ତା ଉପସ୍ଥିତ ଥିଲେ।

Share

Leave a Reply