ତାଳଚେର ରୁ ୬୮ ଲିଟର ନକଲି ବିଦେଶୀ ମଦ ଜବତ

You are currently viewing ତାଳଚେର ରୁ ୬୮ ଲିଟର ନକଲି ବିଦେଶୀ ମଦ ଜବତ

ଅନୁଗୁଳ: ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ତାଳଚେର ପୋଲିସ ଏବଂ ଅନୁଗୋଳ ସ୍ପେସାଲ୍ ସ୍କ୍ୱାର୍ଡ ତାଳଚେର ଚାଉଳିଆକଟା ଚକଣିକଟରେ ଗୋଟିଏ ମାରୁତି ସୁଜୁକି ଡିଜାୟାର କାରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ନକଲି ବିଦେଶୀ ମଦ ଥିବା ଜଣା ପଡିଥିଲା। ୧୮୦ ମିଲିଲି ବିଶିଷ୍ଟ ୩୭୮ ଟି ମଦ ବୋତଲ ଜବତ କରାଯାଇଥିଲା। ମଦ ବୋତଲରେ ଓଲ୍ଡ ମଙ୍କ ଓ ରୟାଲ ଷ୍ଟାଗ୍ ଲେଖା ଥିଲା। ପୋଲିସ ମୋଟ ୬୮.୨୨ ଲିଟର ମଦକୁ ଜବତ୍ କରିଥିବା ବେଳେ କାର ଚାଳକ ପରଜଙ୍ଗ ଆମ୍ବପଳାସ ଅଞ୍ଚଳର ସାମନ୍ତ କୁମାର ବାରିକ ଗିରଫ କରିଥିଲା ଏବଂ ଗାଡ଼ି ଟିକୁ ଜବତ୍ କରାଯାଇଥିଲା ।

Share

Leave a Reply