ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିଠି ସଂଖ୍ୟା ୧୩୪୯୪ ତା ୪. ୬.୨୦୨୩ ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବାର ଶହରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ବେଳେ ଅନୁଗୁଳ ଜିଲ୍ଲାକୁ ୬୮ ଜଣ ନୂଆ ଡାକ୍ତର ଦେଇଛନ୍ତି। ଗାଁ ଗହଳିର ପିଏଚସି, ସିଏଚସି ଗୁଡିକରେ ବହୁ ଡାକ୍ତର ପଦବୀ ଖାଲିଥିବା ବେଳେ ଏବେ ଏହି ଅଭାବ ପୂରଣ ହୋଇପାରିବ। ଏ ସମ୍ପର୍କରେ ଓମସା ରାଜ୍ୟ ସାଧାରଣ ସମ୍ପାଦକ ଡା ବିଶ୍ୱଜିତ୍ ସାମଲଙ୍କୁ ଯୋଗାଯୋଗ କରିବାରୁ ରାଜ୍ୟ ସରକାରଙ୍କ ଏଭଳି ନିଯୁକ୍ତିକୁ ପ୍ରଶଂସା କରିବା ସହ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ।ସେବାକୁ ରୋକିବାରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି। ଯେତେ ଶୀଘ୍ର ନୂଆ ଡାକ୍ତର ମାନେ ଯୋଗଦାନ କରିବେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ।ସେବା ସେତେ ଉନ୍ନତ ହେବ ବୋଲି ସେ କହିଛନ୍ତି।
ଆମ ଜିଲ୍ଲାକୁ ୬୮ ନୂଆ ଡାକ୍ତର ଆସିଲେ
- Post published:June 7, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul