ଅନୁଗୁଳ:ଭୁବନେଶ୍ୱରରେ ପିଲାମାନଙ୍କୁ ହେଉଥିବା ଏଚ୍ଏଫ୍ଏମ୍ ରୋଗ ଦେଖାଯିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାକୁ ଏଥିନେଇ ଆଲର୍ଟ କରିଥିଲା। ଏହି କ୍ରମରେ ଜିଲ୍ଲା ସମନ୍ବିତ ରୋଗ ସତର୍କତା ବିଭାଗ ପକ୍ଷରୁ ଅନୁଗୁଳର ସାତ ଜଣ ସନ୍ଦିଗ୍ଧ ରୋଗୀଙ୍କ ସ୍ୱାବ ଭୁବନେଶ୍ୱର ପଠାଯାଇଛି। ରିପୋର୍ଟ ଆସିଲା ପରେ ରୋଗର ପ୍ରକୃତ କାରଣ ଜଣା ପଡିବ। ଏହି ରୋଗରେ ହାତ ଓ ପାଦରେ ଚିହ୍ନ ସହ ପାଟିରେ କ୍ଷତ ହୋଇଥାଏ। ବେଳେ ବେଳେ ଜ୍ୱର ମଧ୍ୟ ହୁଏ। ଏହା ବାୟୁ ଏବଂ ଛୁଇଁବା ଦ୍ୱାରା ବ୍ୟାପିଥାଏ। ଡ଼ା ବିନୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସ୍ୱାବ ପଠା ଯାଇଛି।
ଅନୁଗୁଳରେ ୭ ସନ୍ଦିଗ୍ଧ ଏଚ୍ଏଫ୍ଏମ୍ ରୋଗୀ
- Post published:May 26, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul