୭୦ ହଜାର ଟଙ୍କାର ରୁପା ଗହଣା ଲୁଟ

You are currently viewing ୭୦ ହଜାର ଟଙ୍କାର ରୁପା ଗହଣା ଲୁଟ

ଅନୁଗୁଳ, ଅନୁଗୁଳ ଟାଉନ୍‌ ଥାନା ଅନ୍ତର୍ଗତ ବିକାଶନଗର ନିକଟରୁ ରବିବାର ୭୦ ହଜାର ଟଙ୍କାର ରୁପା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଢ଼େଙ୍କାନାଳ ଜିଲ୍ଲା ଚଷାପଡ଼ା ଗାଁର ଗୌତମ ସାହୁ ଗୀତାଗ୍ରମରେ ରହି ରୁପା ଅଳଙ୍କାର ବୁଲି ବୁଲି ବିକ୍ରି କରନ୍ତି। ରବିବାର ସକାଳ ପ୍ରାୟ ୧୧ଟା ୩୦ ସମୟରେ ସେ ବିକାଶନଗର କାହ୍ନା ଛକଠାରେ ନବ ସାଲୁନ୍‌ରେ ଦାଢ଼ୀ କାଟିବା ସମୟରେ ପାଖରେ ଥିବା ଏକ ବେଞ୍ଚରେ ରୁପା ଅଳଙ୍କାର ଭର୍ତ୍ତି ବ୍ୟାଗଟି ରଖି ଦାଢ଼ୀ କାଟୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ସାଲୁନ୍‌ରେ ପଶି ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ଟି ନେଇ ବାହାରେ ଅପେକ୍ଷାରେ ଥିବା ଏକ ବାଇକ୍‌ରେ ପଳାଇ ଯାଇଥିଲେ।

ଏ ନେଇ ଗୌତମ ଅନୁଗୁଳ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply