୭୦ ତମ ରାଜ୍ୟସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ: ଅନୁଗୁଳକୁ ୬ ପଦକ

You are currently viewing ୭୦ ତମ ରାଜ୍ୟସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ: ଅନୁଗୁଳକୁ ୬ ପଦକ

ଅନୁଗୁଳ: ଗତ ୧୮ ତାରିଖରୁ ୨୦ ତାରିଖ ଯାଏଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୭୦ ତମ ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ଅଲଗା ୨୦ ଜଣ ଖେଳାଳି ଅଂଶଗ୍ରହଣ କରିଥିବାବେଳେ ୬ ଜଣ ପଦକ ହାସଲ କରିଛନ୍ତି। ଦୁର୍ଗା ଚରଣ କିସ୍କୁ ୨୦ ବର୍ଷରୁ କମ ବିଭାଗ ପୋଲଭଲ୍ଟରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ବରିଷ୍ଠ ବିଭାଗରେ ସ୍ଵାଧୀନ କୁମାର ମାଝୀ ଉଚ୍ଚ ଡିଆଁରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ପ୍ରିୟବ୍ରତ ପ୍ରଧାନ ଜାଭେଲିନ ଥ୍ରୋରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ମହିଳା ବିଭାଗ ୪୦୦ ସହ ମିଟର ଦୌଡ଼ ପ୍ରତିଯୋଗିତାରେ ସୁନୀତା ନାହାକ ରୌପ୍ୟ ପଦକ ହାସଲ କରିଛନ୍ତି। ୨୩ ବର୍ଷରୁ କମ ୨୦ କିମି ଦୃତ ଚାଲି ବିଭାଗରେ ସୁଦୀପ୍ କୁମାର ସାହୁ ରୌପ୍ୟ ଏବଂ ଶୁଭମ୍ ଜ୍ୟୋତି ନାୟକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।ନୀଳମଣି ଦାସ ଗସ୍ତ ସମୟରେ କୋଚ ଏବଂ ମ୍ୟାନେଜର ଦାୟିତ୍ଵ ତୁଲାଇଥିଲେ। ଅନୁଗୁଳ ଜିଲ୍ଲାର ସଫଳତା ନେଇ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share

Leave a Reply