୭୧ ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା: ଅନୁଗୁଳକୁ ୪ ସ୍ବର୍ଣ୍ଣ ସହ ୬ ପଦକ

You are currently viewing ୭୧ ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା: ଅନୁଗୁଳକୁ ୪ ସ୍ବର୍ଣ୍ଣ ସହ ୬ ପଦକ

ଅନୁଗୋଳ: କଟକ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ୭୧ ତମ ରାଜ୍ୟ ଦୌଡକୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଡିସେମ୍ବର ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଗୁଳ ଦଳକୁ ୪ ଟି ସ୍ବର୍ଣ୍ଣ ପଦକ ସହ ମୋଟ ୬ଟି ପଦକ ମିଳିଛି। ସ୍ଵାଧୀନ କୁମାର ମାଝୀଙ୍କୁ ପୁରୁଷ ଉଚ୍ଚ ଡିଆଁରେ ସ୍ବର୍ଣ୍ଣ ପଦକ ମିଳିଛି। ସେହିଭଳି ଦୁଷ୍ମନ୍ତ ପ୍ରଧାନ ୨୩ ବର୍ଷରୁ କମ ବାଳକ ୧୦ କିମି ଦୃତ ଚାଲିରେ ସ୍ବର୍ଣ୍ଣ,ପ୍ରିୟବ୍ରତ ପ୍ରଧାନ ପୁରୁଷ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ , ଡୁମାଣି ହାଁସଦା ୧୬ ବର୍ଷରୁ କମ ୬୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜଲକ୍ଷ୍ମୀ ବେହେରା ୧୬ ବର୍ଷରୁ କମ ବାଳିକା ବିଭାଗ ଜାଭେଲିନରେ ରୌପ୍ୟ ଏବଂ ପ୍ରଦୀପ ଗଡ଼ନାୟକ ୨୩ ବର୍ଷରୁ କମ ବାଳକ ବିଭାଗ ୫ କିମି ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।ସୌରଭ ଶତପଥୀ ୧୮ ବର୍ଷରୁ କମ ୧୦୦ ଓ ୨୦୦ ମିଟର ଦୌଡରେ ୫ମ ସ୍ଥାନ ହାସଲକରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଏହି ଗସ୍ତରେ ନୀଳମଣି ଦାସ ମ୍ୟାନେଜର,ହେମନ୍ତ ଦାସ ଓ ଲୋପାମୁଦ୍ରା ସାହୁ କୋଚ ରୂପେ ସାମିଲ ଥିଲେ। ଫଳାଫଳ ନେଇ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ,ଉପ ସଭାପତି ନେତ୍ରାନନ୍ଦ ମହାକୁଡ଼ ଏବଂ ସହ ସମ୍ପାଦକ ପେସ୍କାର ଗଡ଼ନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ସମେତ ବରିଷ୍ଠ ସଦସ୍ୟ ପ୍ରଦୀପ ଦେବତା, ରୁଚିର କୁମାର ଦାସ, ବସନ୍ତ କୁମାର ଦାସ,ପ୍ରଭାସ କୁମାର ଦାସ,ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଆନନ୍ଦ ପ୍ରକାଶ କରିବା ସହ ବିଜୟୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share

Leave a Reply