ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ୭୪ତମ ଗଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ସ୍ୱାଇଁ ଏ ଅବସରରେ ଅନୁଗୁଳ ମାଟିର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରାଜ୍ୟର ବିକାଶରେ ଅନୁଗୁଳର ଭୂମିକା ଉପରେ ଆଲୋକପାତ କରିଥିଲେ।ଜିଲ୍କାକୁ ରାଜ୍ୟର ଶ୍ରେଷ୍ଠ ଜିଲ୍କାରେ ପରିଣତ କରିବା ପାଇଁ ଜନ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ଷ୍ଟାଡିୟମ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହି ସମାରୋହରେ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ। ଗଣତନ୍ତ୍ର ଦିବସ ଅବସରରେ ରକ୍ତଦାନ ଶିବିର, ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ ଓ ଜେଲ ଅନ୍ତେବାସୀ ମାନଙ୍କୁ ମିଠା ବଣ୍ଟନ କରା ଯାଇଥିଲା। ଏହାଛଡା ସକଳେ ଅନୁଗୁଳର ବିଭିନ୍ନ ସ୍ଥାନରେ ଥିବା ଦେଶର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ଜିଲ୍କା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରା ଯାଇଥିଲା।
ଅନୁଗୁଳରେ ୭୪ତମ ଗଣତନ୍ତ୍ର ଦିବସ
- Post published:January 26, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul