ସୌଖୀନ ଗାଡ଼ିରେ ଗଞ୍ଜେଇ ଚାଲାଣ ! ୭୫ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ବାନ୍ଧିଲା ଅନୁଗୁଳ ଅବକାରୀ ଟିମ୍

You are currently viewing ସୌଖୀନ ଗାଡ଼ିରେ ଗଞ୍ଜେଇ ଚାଲାଣ ! ୭୫ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ବାନ୍ଧିଲା ଅନୁଗୁଳ ଅବକାରୀ ଟିମ୍

ଅନୁଗୁଳ: ସୌଖୀନ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ। ମାଡ଼ି ବସିଲା ଅନୁଗୁଳ ଅବକାରୀ ବିଭାଗ। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭ ଲକ୍ଷ ୫୦ ହଜାର ଟଙ୍କା ହେବ।

ଆଜି ଅନୁଗୁଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫ କେଜି ଗଞ୍ଜେଇ ଜବତ ହୋଇଛି। ବୁଧବାର ସକାଳେ ବୌଦ୍ଧ ଅଞ୍ଚଳରୁ ଏକ କିଆ ସୋନେଟ (OD 02 CK 7234) କାରରେ ଦୁଇ ଯୁବକ ଗଞ୍ଜେଇ ନେଇ ଆସୁଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲେ। ଅନୁଗୁଳ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ମୋବାଇଲ ଇନିସପେକ୍ଟର ଭକ୍ତବତ୍ସଳ ବର୍ମା, ରଞ୍ଜିତା ହରିଚନ୍ଦନ ଓ ଗାୟତ୍ରୀ ମାଝୀ ବଡକେରା ଛକ ନିକଟରେ କାରକୁ ଅଟକାଇ ଯାଞ୍ଚ କରିଥିଲା। କାରରୁ ୭୫ କେଜି ଗଞ୍ଜେଇ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ଏ ନେଇ ସଦର ରେଞ୍ଜ୍ ଏକ ମାମଲା ରୁଜୁ କରି କାରକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ବୌଦ୍ଧ ଅଞ୍ଚଳର ଦଶରଥ ଭଏନା ଓ ସମ୍ବଲପୁର ଅଞ୍ଚଳର ରୁକ୍ମଣ ବାଦୀ। ଅବକାରୀ ବିଭାଗ ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Share

Leave a Reply