ଅନୁଗୁଳରୁ ୭୮୪ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ

You are currently viewing ଅନୁଗୁଳରୁ ୭୮୪ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ

ଅନୁଗୁଳ: କରୋନାର କରାଳତା ମଧ୍ୟରେ ଦେଶର ବିଭିନ୍ନ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍ ଅଭାବରୁ ବହୁ କରୋନା ସଂକ୍ରମିତ ଆଖି ବୁଜୁଛନ୍ତି। ଅକ୍ସିଜେନ୍‌ର ଏହି ଅଭାବକୁ ଦୂର କରିବାରେ ଅନୁଗୁଳ ଜିଲ୍ଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଅନୁଗୁଳରୁ ଇତିମଧ୍ୟରେ ୪ଟି ରାଜ୍ୟକୁ ୪୭ଟି ଟ୍ୟାଙ୍କରରେ ୭୮୪.୫୪୨ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ କରାଯାଇଛି। ଗତ ଏପ୍ରିଲ୍‌ ୨୨ ତାରିଖରୁ ଜିଲ୍ଲାରୁ ଅକ୍ସିଜେନ୍ ଯୋଗାଣ ଆରମ୍ଭ ହୋଇଥିଲା। ଆନ୍ଧ୍ରପ୍ରଦେଶକୁ ସର୍ବାଧିକ ୫୩୩.୩୪୨ ମେଟ୍ରିକ ଟନ୍‌ ଅକ୍ସିଜେନ୍ ପଠାଯାଇଛି। ସେହିପରି ମଧ୍ୟପ୍ରଦେଶକୁ ୫୮.୫୬ , ମହାରାଷ୍ଟ୍ରକୁ ୮୭.୪୬ ଓ ଦିଲ୍ଲୀକୁ ୧୦୫.୧୮ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ କରାଯାଇଛି । ଅକ୍ସିଜେନ୍ ଟ୍ୟାଙ୍କରଗୁଡିକୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ସୁବିଧାରେ ଓ ସୁରକ୍ଷିତ ଭାବେ ଛାଡ଼ିବା ପାଇଁ ଅନୁଗୁଳ ପୁଲିସ୍ ପକ୍ଷରୁ ଏସକର୍ଟ ପ୍ରଦାନ କରାଯାଇ ଗ୍ରୀନ୍‌ କରିଡର୍ ପ୍ରସ୍ତୁତ କରାଯାଇଥିଲା।

Share

Leave a Reply