ରାଜ୍ୟସ୍ତରୀୟ ନୋଟାରୀ ମହାସଂଘର ସପ୍ତମ ଅଧିବେଶନ: ପୁନର୍ବାର ରାଜ୍ୟ ସଭାପତି ଭାବରେ ମନୋନୀତ ହେଲେ ମହେନ୍ଦ୍ର କୁମାର ବସ୍ତିଆ

You are currently viewing ରାଜ୍ୟସ୍ତରୀୟ ନୋଟାରୀ ମହାସଂଘର ସପ୍ତମ ଅଧିବେଶନ: ପୁନର୍ବାର ରାଜ୍ୟ ସଭାପତି ଭାବରେ ମନୋନୀତ ହେଲେ ମହେନ୍ଦ୍ର କୁମାର ବସ୍ତିଆ

ଅନୁଗୁଳ: ରାଜ୍ୟସ୍ତରୀୟ ନୋଟାରୀ ମହାସଂଘର ସପ୍ତମ ଅଧିବେଶନ ରାଜ୍ୟ ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କ ସଭାପତିତ୍ବରେ ସ୍ଥାନୀୟ ସଭାଘରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ମୁଖ୍ୟବକ୍ତା ଭାବରେ ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଓ ପାଳଲହଡାର ବିଧାୟକ ମୁକେଶ କୁମାର ପାଳ ଯୋଗ ଦେଇଥିଲେ।

ମହାସମ୍ମିଳନୀରେ ରାଜ୍ୟ ସଭାପତି ଭାବରେ ମହେନ୍ଦ୍ର କୁମାର ବସ୍ତିଆ ପୁନର୍ବାର ପାଞ୍ଚ ବର୍ଷ ପାଇଁ ମନୋନୀତ ହୋଇଛନ୍ତି।ଏ ଅବସରରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନଳିନୀକାନ୍ତ ମିଶ୍ର ବିବରଣୀ ପାଠ କରିଥିଲେ ଏବଂ ସଂଘର କାର୍ଯ୍ୟକାରୀ ସଭାପତି ଏକ ମେମୋରେଣ୍ଡମ୍ ସଂଘ ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ହିମାଂଶୁ ଭୂଷଣ ସାମଲ ଓ ସରକାରୀ ଓକିଲ ପରମାନନ୍ଦ ମିଶ୍ରଙ୍କ ସମେତ ରାଜ୍ୟର ବିଭିନ୍ନ ଆଡୁ ସଂଘର ଶତାଧିକ ନୋଟାରୀ ଯୋଗ ଦେଇଥିଲେ।

Share

Leave a Reply