ଅନୁଗୁଳ: ଚାକିରି ଦେବା ନାଁ’ରେ ଜଣେ ଯୁବକଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ଅନୁଗୁଳ ସହରର ସୌଭାଗ୍ୟନଗରରେ ରହୁଥିବା ବସନ୍ତ କୁମାର ନାୟକଙ୍କ ପୁଅ ଚାକିରି ଅନ୍ବେଷଣରେ ରହିଛନ୍ତି। ପୁଅର ଚାକିରି ପାଇଁ ଚିନ୍ତାରେ ଥିବା ଶ୍ରୀ ନାୟକ ଗତବର୍ଷ ତାଳଚେର ବ୍ଲକ୍ ଚାଇଁପାଳର ଜଣେ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଟାଟା କମ୍ପାନିରେ ଚାକିରି କରିବାକୁ ହେଲେ ୮ ଲକ୍ଷ ଟଙ୍କା ଦରକାର ବୋଲି ଶ୍ରୀ ନାୟକଙ୍କୁ କହିଥିଲେ। ଚାକିରିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀ ନାୟକ ନଗଦ ୮ ଲକ୍ଷ ଟଙ୍କା ୨୦୨୦ ମସିହା ଫେବ୍ରୁଆରୀ ୨୬ ତାରିଖରେ ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ମଧ୍ୟ ହୋଇଥିଲା । ମାତ୍ର ଘଟଣାକୁ ଦେଢ଼ ବର୍ଷ ପରେ ମଧ୍ୟ ଶ୍ରୀ ନାୟକଙ୍କ ପୁଅକୁ ଚାକିରି ମିଳିନି । ଏମିତିକି ସମ୍ପୃକ୍ତ ବ୍ୟକ୍ତି ଟଙ୍କା ଫେରାଇବାକୁ ଧରାଛୁଆଁ ଦେଉନାହାନ୍ତି। ଫଳରେ ଶ୍ରୀ ନାୟକ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଚାକିରି ନାଁ’ରେ ୮ ଲକ୍ଷ ଠକେଇ
- Post published:June 27, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
