ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ପୋଲିସ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨:୩୦ ସମୟରେ ଡିମିରିଆ ଗ୍ରାମରେ ପେଟ୍ରୋଲିଂ ବେଳେ ୮ ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏଏସଆଇ ଦୁଷ୍ମନ୍ତ ବାରିକଙ୍କ ନେତୃତ୍ୱରେ ଏକ ଟିମ୍ ନିର୍ଭରଯୋଗ୍ୟ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭେଜିପଦା ଗ୍ରାମର ବୁଦ୍ଧୁରାମ ମହାନ୍ତ (୪୦)ଙ୍କୁ ଗିରଫ କରିଛି। ଦେଶୀ ମଦ କାରବାର ଅଭିଯୋଗରେ ଥାନା କେସ ନମ୍ବର ୪୦୯ ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
୮ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
- Post published:October 17, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul