୮ ପୌର କର୍ମଚାରୀ କରୋନା ସଂକ୍ରମିତ

You are currently viewing ୮ ପୌର କର୍ମଚାରୀ କରୋନା ସଂକ୍ରମିତ

ଅନୁଗୁଳ: ତାଳଚେର ପୌର କାର୍ଯ୍ୟାଳୟରେ ପଶିଛି କରୋନା । କାର୍ଯ୍ୟାଳୟର ୮ ଜଣ କର୍ମଚାରୀ ଏବେ ସଂକ୍ରମିତ ହୋଇଥିବା ଜଣାଯାଇଛି। କାର୍ଯ୍ୟାଳୟ ମଧ୍ୟରେ ସାମାଜିକ ଦୂରତା ରଖାନଯିବା, ମାସ୍କ ନପିନ୍ଧି କାର୍ଯ୍ୟ କରାଯାଉଥିବାରୁ କେତେକ କର୍ମଚାରୀ କରୋନରେ ସଂକ୍ରମିତ ହୋଇଥିବା କୁହାଯାଉଛି। କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହେବା ପରେ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି। ଏହି ୮ ଜଣ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ଏବେ ଆଶଙ୍କା ଭିତରେ ଗତି କରୁଛନ୍ତି । ତୁରନ୍ତ ସମସ୍ତ କର୍ମଚାରୀଙ୍କୁ କରୋନା ପରୀକ୍ଷା କରାଯାଇ ପୌରପରିଷଦ କାର୍ଯ୍ୟାଳୟକୁ ସିଲ କରାଯିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଉପଜିଲ୍ଲାପାଳ ବିଶ୍ଵରଞ୍ଜନ ରଥ କହିଛନ୍ତି, କେତେକ ପୌର କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ପୌର କାର୍ଯ୍ୟାଳୟକୁ ପ୍ରତ୍ୟହ ସାନିଟାଇଜ କରାଯାଉଛି । ତେବେ ସରକାରଙ୍କ ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ କୌଣସି କାର୍ଯ୍ୟାଳୟକୁ ସିଲ୍ କରାଯିବା କିମ୍ବା ଅଧା କର୍ମଚାରୀରେ କାର୍ଯ୍ୟ କରାଯିବାର ନିର୍ଦ୍ଦେଶ ନାହିଁ ।

Share

Leave a Reply