ହେଲମେଟ୍ ପାଇଁ ୧୦୦୦ ଟଙ୍କା ବଦଳରେ ୮୦୦୦ କଟିଲା ଚାଲାଣ, ଥାନାର ଦ୍ୱାରସ୍ଥ ହେଲେ ମହିଳା

You are currently viewing ହେଲମେଟ୍ ପାଇଁ ୧୦୦୦ ଟଙ୍କା ବଦଳରେ ୮୦୦୦ କଟିଲା ଚାଲାଣ, ଥାନାର ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ: ଭୁଲ ଚାଲାଣ କାଟିବାକୁ ବିରୋଧ କରି ଅନୁଗୁଳ ଟାଉନ୍ ଥାନା ତୁରଙ୍ଗ ଅଞ୍ଚଳରେ ରହୁଥିବା ମିନା ଚୌଧୁରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁସାରେ, ଗତ ୩ ତାରିଖ ଦିନ ଶିମିଳିପଡା ଛକ ନିକଟରେ ଯାଉଥିବା ସମୟରେ ଅନୁଗୁଳ ପରିବହନ ବିଭାଗ ତରଫରୁ ଗାଡି ଚେକିଂ ଚାଲିଥିଲା। ମହିଳା ଜଣଙ୍କ ହେଲମେଟ ପିନ୍ଧି ନଥିବାରୁ ତାଙ୍କୁ ପୋଲିସ ଅଟକାଇ ୧୦୦୦ ଟଙ୍କା ଚାଲାଣ କଟିବ ବୋଲି କୁହାଯାଇଥିଲା। କିନ୍ତୁ ସେ ଘରକୁ ଆସି ଅନଲାଇନରେ ଚେକିଂ କରିବା ପରେ ୮୦୦୦ ଟଙ୍କାର ଚାଲାଣ କଟିବା ସହ ୧୦୦ ମିଲିମିଟର ମଦ ପିଇ ଥିବା ଓ ବ୍ରିଥ୍ ଆନାଲାଇଜର ଟେଷ୍ଟ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା। ଏହା ଜାଣିବା ପରେ ମିନା ଚୌଧୁରୀ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇ ତାଙ୍କ ମାନହାନି ପାଇଁ କିଏ ଦାୟୀ ରହିବେ ବୋଲି ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି।

Share

Leave a Reply