ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: କଟକକୁ ହରାଇ ଫାଇନାଲରେ ପ୍ରବେଶ କଲା ହିନ୍ଦୋଳ, କାଲି ବ୍ଲୁ ଷ୍ଟାର ଅନୁଗୁଳକୁ ଭେଟିବ
ଅନୁଗୁଳ: ସ୍ଥାନୀୟ କଦମ ପଡିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଚାର୍ଜ ଇଲେଭେନ କଟକ ସହିତ ହିନ୍ଦୋଳ ମଧ୍ୟରେ ଅନୁଷ୍ଠିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ହିନ୍ଦୋଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୪ ଓଭର ୩ ବଲରେ ସମସ୍ତ ଉଇକେଟ ହରାଇ ୧୧୧ ରନ୍ କରିଥିଲା। ଅନିରୁଦ୍ଧ ବାରିକ ସର୍ବାଧିକ ୩୩ ବଲରେ ୫୦ ରନ୍ କରିଥିଲେ।
ଅନ୍ୟପଟେ କଟକ ୧୧୧ ରନ୍ ପିଛା କରି ୧୩ ଓଭରରେ ସମସ୍ତ ଉଇକେଟ ହରାଇ ୮୦ ରନ୍ କରିବାକୁ ସମର୍ଥ ହୋଇଥିଲା। ହିନ୍ଦୋଳ ଦଳର ଗୁମନ ନାୟକ ୩ ଓଭରରେ ୪ ରନ୍ ଦେଇ ୫ ଟି ୱିକେଟ ନେଇ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି।
ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଟ୍ରକ୍ ମାଲିକ ସଂଘର ସମ୍ପାଦକ ଅମରେଶ ସ୍ବାଇଁ, ସମ୍ମାନିତ ଅତିଥି ରୂପେ ନୀଳମଣି ରାଉତ, ପ୍ରଶାନ୍ତ କୁମାର ସିହ୍ନା, ମର୍ଣ୍ଣିଂଷ୍ଟାରର ସମ୍ପାଦକ ରଞ୍ଜନ କୁମାର ଧିର ସାମନ୍ତ, ସମରେନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ। ଜୟକୃଷ୍ଣ ରାଉତ ଓ ସଞ୍ଜିବ କୁମାର ପାତ୍ର ଖେଳ ପରିଚାଳନା କରିଥିଲେ। ଅଭୟ କୁମାର ପାଢୀ ଓ ରାମ ଚନ୍ଦ୍ର ସାହୁ ସ୍କୋର ବୋର୍ଡ ଦାୟିତ୍ୱରେ ଥିବା ବେଳେ ବିନୋଦ ସାମଲ, ବେଦଗୋପାଳ ମାଣ୍ଡୋଠିଆ କମେଣ୍ଟ୍ରି କରିଥିଲେ।
ଆସନ୍ତାକାଲି ଦିତୀୟ ଲିଗ୍ ମ୍ୟାଚ ମର୍ଣ୍ଣିଂଷ୍ଟାରର କ୍ରିକେଟ କ୍ଲବ ସହିତ ବ୍ଲୁ ଷ୍ଟାର ଅନୁଗୁଳ ମଧ୍ୟରେ ହେବ।