ଅନୁଗୁଳ: ନାଲକୋନଗର ଟାଉନସିପ୍ ଗେଟ୍ ନମ୍ବର-୧ ସମ୍ମୁଖରେ ବୁଧବାର 9Dine ରେଷ୍ଟୁରାଣ୍ଟର ଦ୍ୱିତୀୟ ଶାଖା ‘9Dine 2.O’ ଉଦଘାଟିତ ହୋଇଛି। ଗତ ୬ ବର୍ଷ ଧରି ନାଲକୋନଗରରେ ପ୍ରଥମ ଶାଖା ଉତ୍ତମ ଖାଦ୍ୟ ଓ ଆକର୍ଷଣୀୟ ପରିବେଶ ପାଇଁ ଅନୁଗୁଳବାସୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି।
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ଗ୍ରାହକଙ୍କୁ ନୂତନ ପରିବେଶ ସହିତ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରିବା ଲକ୍ଷ୍ୟରେ ଏହି ନୂତନ ଶାଖା ଖୋଲାଯାଇଛି। ରେଷ୍ଟୁରାଣ୍ଟର ମୁଖ୍ୟ ଶିବାନନ୍ଦ କର କହିଛନ୍ତି, “ଏହି ନୂତନ ଶାଖା ଅନୁଗୁଳବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ହେବ।”