ଅନୁଗୁଳ: ଅନୁଗୁଳ ବ୍ଲକର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ୯ ଗୋଟି ଗ୍ରାମ ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଭାବରେ ରହିଛି। ଏହି ଅଞ୍ଚଳରେ ୬୭ଟି ରାଜସ୍ବ ଗାଁ ଥିବାବେଳେ ୩ଟି ଜଙ୍ଗଲ ଗାଁ ରହିଛି। ଜଙ୍ଗଲ ଅଧୁଷିତ ଏହି ଅଞ୍ଚଳର ବିକାଶଧାରା ପାଇଁ ସରକାରଙ୍କର ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଯାହାଫଳରେ ଏହି ଅଞ୍ଚଳରେ ଜୀବନ ଜୀବିକା ଓ ଅର୍ଥନୀତିରେ ଉନ୍ନତି ଆସାଜନକ ନୁହେଁ। ସରକାରଙ୍କର ଜିଲ୍ଲା ଖଣିଜ ପାଣ୍ଠି ହେଉ କି’ ଶିଳ୍ପ ସଂସ୍ଥାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ସହାୟତା ଏହି ଅଞ୍ଚଳ ପାଇଁ ସାତ ସପନ ଅଟେ। ଅନ୍ୟ ପକ୍ଷରେ ତତ୍କାଳୀନ ପୂର୍ତ୍ତ ବିଭାଗ ସଚିବ ନଳିନୀ ପ୍ରଧାନ ଏହି ଅଞ୍ଚଳର ଗ୍ରାମ ପଞ୍ଚାୟତ ରାସ୍ତା ଗୁଡିକ ପୂର୍ତ୍ତ ବିଭାଗରେ ସାମିଲ କରାଇ ଉନ୍ନତି କରାଇବାରେ ସହାୟକ ହୋଇଥିଲେ। ଏହି ୯ ଟି ଗ୍ରାମ ପଞ୍ଚାୟତ ଆଠମଲ୍ଲୀକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଅଛି। ଆଠମଲ୍ଲୀକ ନିର୍ବାଚନ ମଣ୍ଡଳୀର ସବୁ ଅଞ୍ଚଳ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନ୍ତର୍ଭୂକ୍ତ ଥିବାବେଳେ ଏହି ୯ ଟି ଗ୍ରାମ ପଞ୍ଚାୟତ ବଞ୍ଚିତ ଅଛି। ତେଣୁ ଏହି ୯ଟି ଗ୍ରାମ ପଞ୍ଚାୟତକୁ ପଶ୍ଚିମ ଓଡିଶା ବିକାଶ ପରିଷଦରେ ସାମିଲ୍ ପାଇଁ ଅଞ୍ଚଳବାସୀ ବିଜେଡି ସମ୍ବଲପୁର ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନଙ୍କୁ ଅନୁରୋଧ କରିଥିଲେ। ସୋମବାର ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚ୍ଚିବ ଅସିତ୍ ତ୍ରୀପାଠୀ ଆଠମଲ୍ଲୀକ ଗସ୍ତ ସମୟରେ ଅଞ୍ଚଳବାସୀ ସାକ୍ଷାତ କରି ଏହି ଅଞ୍ଚଳକୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି।
୯ଟି ପଞ୍ଚାୟତର ପ୍ରତିନିଧିଙ୍କସହ ସାମାଜିକ କର୍ମୀ, ବରିଷ୍ଠ ନାଗରିକ, ଆଇନଜୀବୀ, ଅନୁଗୁଳ ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ସମିତିସଭ୍ୟ ସନ୍ତୋଷ ପ୍ରଧାନ, ମଳୟ ବିଶୋଇ, ଆଇନଜୀବୀ ପ୍ରସନ୍ନ କୁମାର ବେହେରା, ଲିଟୁ ସାହୁ, ଉମା ଦେହୁରୀ, ହରିହର ପ୍ରଧାନ, ପ୍ରଫୁଲ ସାହୁ, ନୀରଂଜନ ପଟ୍ଟନାୟକ, ତ୍ରିଲୋଚନ ସାହୁ, ରମାକାନ୍ତ ସାହୁ, ଦେବରାଜ୍ ସାହୁ, ମଦନ ପ୍ରଧାନ, ବିଶ୍ବମ୍ବର ମାଝୀ ଓ ନରେନ୍ଦ୍ର ମହାକୁଡ ପ୍ରମୁଖ ସାମିଲ୍ ଥିଲେ।