ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୦ଟି ରୁପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ସୋମବାର ଅପରାହ୍ନରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୁଳ ଉଚ୍ଚ ବିଦ୍ୟାଳ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଥିଲେ। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟର ୯୦ଟି ଉଚ୍ଚ ବିଦ୍ୟାଳୟ ରୁପାନ୍ତରିତପରେ ୨ୟ ପର୍ଯ୍ୟାୟରେ ୧୦୨ଟି ଉଚ୍ଚ ବିଦ୍ୟାଳୟର ରୁପାନ୍ତରିତ କରାଯିବାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ପାଇଭ ଟି ସଚିବ ଭିକେ ପାଣ୍ଡିଆନ ଘୋଷଣା କରିଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ଢ଼େଙ୍କାନା ସାଂସଦ ମହେଶ ସାହୁ, ଅନୁଗୁଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ବାସନ୍ତି କିଷାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲଲହଡ଼ା ବିଧାୟକ ମୁକେଶ ପାଲ ଓ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶ୍ରେୟାଂଶା ପ୍ରଧାନ ପ୍ରମୁଖ ମଞ୍ଚସୀନ ଥିଲେ। ଜିଲ୍ଲାରେ ୯୦ଟି ଉଚ୍ଚ ବିଦ୍ୟାଳୟରକୁ ରୁପାନ୍ତରିତ କରାଯାଇଥିବାରୁ ଢ଼େଙ୍କାନାଳ ସାଂସଦ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ଶ୍ରେୟାଂଶା ବିଦ୍ୟାଳୟର ରୁପାନ୍ତରିତ ନେଇ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଭବିଷ୍ୟତରେ ଡ଼ାକ୍ତର ହେବେ ବୋଲି କହିଥିଲେ।
ଅନୁଗୁଳ ଜିଲ୍ଲାର ରୁପାନ୍ତରିତ ୯୦ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ
- Post published:November 29, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul