ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରବିବାର ଟ୍ରେନ୍ ଯୋଗେ ୯୦ ଜଣ ପ୍ରବାସୀ ଜିଲ୍ଲାରେ ପହଞ୍ଚିଛନ୍ତି । କଲିକତାରୁ ଆସିଥିବା ଏହି ଟ୍ରେନ୍ ଭୋର୍ ସାଢ଼େ ୪ଟା ବେଳେ ଅନୁଗୁଳ ରେଳ ଷ୍ଟେସନ୍ରେ ପହଞ୍ଚିଥିଲା। ଏଠାରେ ୯୦ ଜଣ ପ୍ରବାସୀ ଓହ୍ଲାଇବା ପରେ ଟ୍ରେନ୍ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲା। ଷ୍ଟେସନ୍ରେ ପହଞ୍ଚିଲା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା। ତେବେ ଏଥିରୁ ୫ ଜଣ ପଜିଟିଭ୍ ବାହାରିଥିଲେ । ଏହି କରୋନା ସଂକ୍ରମିତଙ୍କୁ ଆଦର୍ଶ କୋଭିଡ୍ କେୟାର ସେଣ୍ଟରରେ ଥଇଥାନ୍ କରାଯାଇଛି । ଅବଶିଷ୍ଟଙ୍କ ମଧ୍ୟରୁ ୪୦ ଜଣଙ୍କୁ ବାଳିକା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଆଉ ୧୫ ଜଣ ପେଡ୍ କ୍ଵାରେଣ୍ଟାଇନ୍ରେ ରହିଛନ୍ତି। ଅବଶିଷ୍ଟ ୩୦ ଜଣ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବେଳେ ସେମାନଙ୍କ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ଘରକୁ ଛାଡ଼ି ଦିଆଯାଇଛି । ସମସ୍ତ ପ୍ରବାସୀଙ୍କୁ ବ୍ୟବସ୍ଥିତ ଢଙ୍ଗରେ ପୃଥକ କରାଯାଇଥିବାରୁ ସେମାନଙ୍କଠାରୁ ସଂକ୍ରମଣ ଭୟ ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅନୁଗୁଳରେ ପହଞ୍ଚିଲେ ୯୦ ପ୍ରବାସୀ,ସମସ୍ତଙ୍କର ହେଲା ଆଣ୍ଟିଜେନ୍ ଟେଷ୍ଟ, ୫ ପଜିଟିଭ୍ ଚିହ୍ନଟ
- Post published:April 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal

Tags: Angul