ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ତଳମୁଳ ଗାଁର ମାନସ ରଞ୍ଜନ ସାହୁଙ୍କଠାରୁ ବୁଧବାର ସାଇବର ଲୁଟେରା ଲୁଟି ନେଇଛନ୍ତି ୯୯ ହଜାର ଟଙ୍କା। ସୂଚନା ଅନଯାୟୀ, ମାନସଙ୍କ ପାଖକୁ ବୁଧବାର ସକାଳୁ ଏକ ଫୋନକଲ ଆସିଲା। ନିଜକୁ କ୍ରେଡିଟ କାର୍ଡ ବିଭାଗର ଅଧିକାରୀ କହି କ୍ରେଡିଟ କାର୍ଡ ବ୍ୟବହାର କରିବେକି ନାହିଁ ବୋଲି ପଚାରିଥିଲେ। ମାନସ କ୍ରେଡିଟ କାର୍ଡକୁ ବନ୍ଦ କରିବାକୁ କହିଥିଲେ। ଏହାପରେ ସାଇବର ଲୁଟେରା ତାଙ୍କ କ୍ରେଡିଟ କାର୍ଡର ନମ୍ବର, ସିଭିଭି ନମ୍ବରସହ ଅନ୍ୟ ଏକ ଡେବିଟ କାର୍ଡର ନମ୍ବର ଓ ସିଭିଭି ନମ୍ବର ନେଇଥିଲେ। ଏହାପରେ ତାଙ୍କ ଡେବିଟ କାର୍ଡ ଏକାଉଣ୍ଟରୁ ୯୯ ହଜାର ଟଙ୍କା ଡେବିଟ ହୋଇଯାଇଥିଲା। ଏ ନେଇ ମାନସ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
୯୯ ହଜାର ଲୁଟିନେଲେ ସାଇବର ଲୁଟେରା
- Post published:July 21, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul