ଅନୁଗୁଳ: ଅରୁଣୋଦୟ କ୍ଲବ ପାନୁବେରିଣୀର ଉଦଘାଟନ ଦିବସରେ ନବମ କୁଣ୍ଡେଶ୍ୱର୍ ଫୁଟବଲ୍ କପ୍ ୨୦୨୩ ଆୟୋଜିତ ହୋଇଛି। ଆଜି ଢେଙ୍କାନାଳର ମା’ ମଙ୍ଗଳା କ୍ଲବ ଓ ତାଳଚେରର କଣ୍ଡାଳ ମଧ୍ୟରେ ମ୍ୟାଚ୍ ହୋଇଥିଲା। ଏହି ମ୍ୟାଚରେ ଉଭୟ ଟିମ୍ ସମାନ ୨-୨ ଗୋଲ କରିଥିଲେ। ଶେଷରେ ସୁପର ଓଭର ହୋଇଥିଲା। ଏଥିରେ ଢେଙ୍କାନାଳ ବିଜୟ ହୋଇଛି।
ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦ୍ୟସ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥିଭାବେ ପ୍ରଦୀପ ରାଉତ ଓ ପବିତ୍ର ମୋହନ ଦାସ ଉପସ୍ଥିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ ପ୍ରେସିଡେଣ୍ଟ ସମୀର ବେହେରା, ସମ୍ପାଦକ ବୈଷ୍ଣବ ଚରଣ ଦାସ, ସଦସ୍ୟ ବିଭୂତି ତ୍ରିପାଠୀ, ଦୁଷ୍ମନ୍ତ ବେହେରା, ଆତ୍ମୀୟ ଦାସ, ପିନୁ ଦାସ, ଶିଲୁ ତ୍ରିପାଠୀ, ପିଲୁ ତ୍ରିପାଠୀ, ଗଣେଶ୍ୱର ଦାସ, ଅଜୟ ଦାସ, ପଦ୍ମଚରଣ ଦାସ, ଯୁଗଳ ଦେହୁରୀ, ବଗଲ ମହନ୍ତି, ରାଜୁ ପୁହାଣ, ଚିଣ୍ଟୁ ଦାସ, ପିଣ୍ଟୁ ଦାସ, ରାମ ମହାଳିକ, ଗାଙ୍ଗୁଲି ମହାଳିକ, ନନ୍ଦନ ମହାଳିକ, ନିରୋଦ ଦାସ, ଗିରିଧାରୀ ଦାସ, ରାଜା ଦାସଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।