ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ନିଚ୍ଚ ଜାତିର ଝିଅ ଓ ଜଣେ ଉଚ୍ଚ ଜାତିର ପୁଅଙ୍କ ପ୍ରେମ ବିବାହକୁ ନେଇ ୨ଟି ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏପରିକି ଝିଅଟିକୁ ତାଙ୍କ ପରିବାର ଲୋକ ଘରେ ବନ୍ଦ ରଖି ନିର୍ଯାତନା ଦେଉଥିବା ଖବର ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଲା। ଝିଅଟିକୁ ଉଦ୍ଧାର କରିବା ପାଇଁ ସଖୀ, ୱାନ ଷ୍ଟପ୍ ସେଣ୍ଟର, ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ହସ୍ତକ୍ଷେପ ଦ୍ବାରା ପରିବାରର ବିବାଦ ସମାଧାନ କରାଯାଇ ପୁଅ ଓ ଝିଅର ବିବାହ ହୋଇଛି। ପୁଅ ଓ ଝିଅ ୨ ଜଣ ସାବାଳାକ ହୋଇଥିବାରୁ ଉଭୟ ପରିବାରଙ୍କ ସହମତିରେ ବିବାହ କରାଯାଇ ପୁଅ ଘରକୁ ଝିଅ ବୋହୁ ହୋଇଯାଇଛି। ସୂଚନା ମୁତାବକ, ବଅଁରପାଳ ନୂଆହତାର ଝିଅ ବଳରାମପ୍ରସାଦ କେନ୍ଦୁପାଲିର ପୁଅ ଦୁଇ ଜଣଙ୍କର ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ଖବର ଜାଣିବା ପରେ ତୁରନ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ପୁଅ ଓ ଝିଅର ବାପା ମାଆଙ୍କର ବିବାଦ ସମାଧାନ କରାଇ ସେମାନଙ୍କ ସହମତିରେ ବିବାହ କରାଇଥିଲେ। ଏଥିରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ପି ରଥଙ୍କ ସମେତ ପୁଲିସ, ସଖୀ ଓ ୱାନ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତାମାନେ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ।
ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ଉଦ୍ଧାର ହେଲା ଜଣେ ଅସହାୟ ଝିଅ
- Post published:January 20, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul