ଅନୁଗୁଳ: ଅନୁଗୁଳରେ ରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ। ସମସ୍ତ ଥଣ୍ଡା ପାନୀୟ ଏକ୍ସପାୟରି ହୋଇଯାଇଥିବା ଜଣାଯାଇଛି। ତେବେ ସାର୍ବଜନୀନ ସ୍ଥାନରେ କିଏ ଏକ୍ସପାୟରି ଥଣ୍ଡା ପାନୀୟ ପକାଇଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନସିପ୍ ଛକଠାରୁ ନୂଆସାହି ଗୋପୀନାଥପୁର ରାସ୍ତା ପଦ୍ମପାଦ ମଠ ନିକଟରେ ପେଟି ପେଟି ଏକ୍ସପାୟରି ଥଣ୍ଡା ପାନୀୟ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏତେ ମାତ୍ରାରେ ଥଣ୍ଡା ପାନୀୟ କିଏ ଓ କାହିଁକି ପକାଇଛି, ତାହା ଏଯାଏଁ ଜଣାପଡ଼ିନି। ତେବେ ଖବର ଲେଖା ହେବା ଯାଏଁ ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


