ଅନୁଗୁଳ: ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏ.ଆଇ.ଡି.ଏସ୍.ଓ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଗୁରୁବାର ନିଟ୍-ୟୁଜି ଏବଂ ୟୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଘଟିଥିବା ମହାଦୁର୍ନୀତିର ପ୍ରତିବାଦରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ଏ ଅବସରରେ ଏ.ଆଇ.ଡି.ଏସ୍., ଏନ୍.ଟି.ଏ.କୁ ସମ୍ପୂର୍ଣ୍ଣ ରଦ୍ଦ କରିବା, କେନ୍ଦ୍ର ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା, ନିଟ୍-ୟୁଜି ଓ ୟୁଜିସି ନେଟ୍ ଏବଂ ନିଟ୍ ପିଜିରେ ହୋଇଥିବା ମହାଦୁର୍ନୀତିର ଉଚ୍ଚସ୍ତରୀୟ ନିରପେକ୍ଷ ନ୍ୟାୟିକ ତଦନ୍ତ ଏବଂ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦୃଢ଼ ଦାବି କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଏ.ଆଇ.ଡି.ଏସ୍. ଓ ଅନୁଗୁଳ ଜିଲ୍ଲା ସଭାପତି ପରମାନନ୍ଦ ସାହୁ, ସମ୍ପାଦକ ନାରାୟଣ ନାୟକ, ଜିଲ୍ଲା ଉପସଭାପତି ସରୋଜିନୀ ବେହେରାଙ୍କ ସମେତ ଏଲିସା ଶୁଭଦର୍ଶିନୀ, ଶେଖ ଶାହାରୁଖ ପ୍ରମୁଖ ଉପସ୍ଥିତ ଥିଲେ।