ବିପୁଳ ମାତ୍ରାରେ ଦେଶୀ ରନ୍ଧା ମହୁଲି ମଦ ଜବତ, ୪ ଗିରଫ

You are currently viewing ବିପୁଳ ମାତ୍ରାରେ ଦେଶୀ ରନ୍ଧା ମହୁଲି ମଦ ଜବତ, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ୨ନଂ ଅବକାରୀ ଥାନା ପକ୍ଷରୁ ଶନିବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି ବିପୁଳ ମାତ୍ରାରେ ରନ୍ଧା ମହୁଲି ମଦ ଜବତ ହୋଇଛି। ଏହି ଚଢ଼ଉରେ ୮୪ ଲିଟର ଦେଶୀ ରନ୍ଧା ମହୁଲି ମଦ ଓ ୫୭୦ କେଜି ପୋଚ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ଅନୁଗୁଳ ଅବକାରୀ ନିରୀକ୍ଷକ କୌଶଲ୍ୟା ଜେନାଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଛେଣ୍ଡିପଦା ଥାନା ବଗଡିଆରେ ଚଢ଼ାଉ କରି ସୁଲୋଚନା ବେହେରାଙ୍କ ଘରୁ ୩୪ ଲିଟର ମଦ ସହିତ ୩୩୦ କିଗ୍ରା ପୋଚ, ହେମଲତା ବେହେରାଙ୍କ ଘରୁ ୩୦ ଲିଟର ଦେଶୀ ରନ୍ଧା ମହୁଲି ମଦ ସହିତ ୨୪୦ କିଗ୍ରା ପୋଚ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଛି।

ଅବକାରୀ ବିଭାଗ ବାଗଡିଆର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨ ହଜାର କେଜି ପୋଚ ନଷ୍ଟ କରିଛନ୍ତି। ସେହିଭଳି ତେବୁଡ଼ ଗାଁରେ ଚଢ଼ଉ କରି କାଳୀଚରଣ ବେହେରାଙ୍କ ଘରୁ ୨୦ଲିଟର ଦେଶୀ ରନ୍ଧା ମହୁଲି ମଦ, କଙ୍କରେଇର ଦମୟନ୍ତୀ ବେହେରାଙ୍କ ଘରୁ ୧୦ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଉଭୟଙ୍କୁ ଗିରଫ କରାଯାଇଛି।
ଏ ନେଇ ଅନୁଗୁଳ ୨ ନଂ ଅବକାରୀ ଥାନାରେ ୪ଟି ମାମଲା ରୁଜୁ ହେବା ସହ ୪ ଗିରଫଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply