ଅନୁଗୁଳର ୧୧ ସ୍ଵାଧୀନତା ସେନାନୀଙ୍କୁ ସଲାମ

You are currently viewing ଅନୁଗୁଳର ୧୧ ସ୍ଵାଧୀନତା ସେନାନୀଙ୍କୁ ସଲାମ

ଅନୁଗୁଳ: ପ୍ରାକ୍ ସ୍ଵାଧୀନତା କାଳରେ ଅନୁଗୁଳର ସ୍ଵାଧୀନତା ସେନାନୀ ମାନେ ଗାନ୍ଧିଜୀଙ୍କ ଡାକରାରେ ଦେଶ ପାଇଁ ବଳିଦାନ ଦେବାକୁ ଆଗଭର ହୋଇଥିଲେ। ନିଶା ନିବାରଣ, ଅସ୍ପୃଶ୍ୟତା ଦୂର, ସମାଜରେ ମୌଳିକ ଶିକ୍ଷାର ପ୍ରଚଳନ, ସ୍ୱଦେଶୀ ଜିନିଷର ବ୍ୟବହାର ଉପରେ ସେମାନେ ଗୁରୁତ୍ବ ଦେଇ ଆସୁଥିଲେ।

ଦୂର୍ଦ୍ଧଶ ଇଂରେଜ ମାନଙ୍କୁ ଏ ଦେଶରୁ ହଟାଇବା ପାଇଁ ଗାନ୍ଧୀ ଯେଉଁ ଅସହଯୋଗ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ ତାହାକୁ ଅନୁଗୁଳ ଅଞ୍ଚଳର ସଂଗ୍ରାମୀ ମାନେ ପୂର୍ଣ୍ଣପ୍ରାଣରେ ସମର୍ଥନ କରିଥିଲେ। ଅନୁଗୁଳ ଜିଲ୍ଲାର ଅଗଣିତ ସେନାନୀ ଦେଶ ପାଇଁ ଅନେକ ବାର କାରାବରଣ କରିଛନ୍ତି କିନ୍ତୁ ଯେଉଁ ମାନଙ୍କ ଅବଦାନ ଏ ମାଟିକୁ ଅଧିକ ଦେଶ ପ୍ରେମର ବାର୍ତା ଦେଇଛି ସେଭଳି ୧୧ ଜଣ ସେନାନିଙ୍କ ନାମ ଅନୁଗୁଳ ବ୍ଲକ୍ କାର୍ଯ୍ୟାଳୟ ଶିଳାଲେଖରେ ସ୍ଥାନ ପାଇଛି।

ସେମାନେ ହେଲେ ନବକୃଷ୍ଣ ଚୌଧୁରୀ, ମାଳତୀଚୌଧୁରୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ଦିବାକର ପ୍ରଧାନ, ଲୋକନାଥ ପ୍ରଧାନ,ରସାନନ୍ଦ ପ୍ରଧାନ, ହୃଷୀକେଶ ତ୍ରିପାଠୀ, ବୃନ୍ଦାବନ ସାହୁ, ହୃଷୀକେଶ ପ୍ରଧାନ, ଗଣେଶ୍ୱର ସାହୁ,ବ୍ରଜ ସୁନ୍ଦର ଦାସ। ଦେଶ ସ୍ବାଧୀନତାର ଜୟନ୍ତୀ ପାଳନ ଅବସରରେ ଏହି ଚିର ନମସ୍ୟ ସ୍ଵାଧୀନତା ସେନାନୀ ମାନଙ୍କୁ ଆମର ଭୂମିଷ୍ଠ ପ୍ରଣାମ ।

Share

Leave a Reply