ଅନୁଗୁଳ: ଜହ୍ନରେ ଆଜି ଚନ୍ଦ୍ରଯାନ -୩ର ମୃଦୁ ଓ ସଫଳ ଅବତରଣ ନେଇ ଦେଶବ୍ୟାପୀ ହୋମ ଯଜ୍ଞ ପୂଜାର୍ଚ୍ଚନା ଲାଗି ରହିଛି। ଉତ୍କଣ୍ଠାପୂର୍ଣ୍ଣ ଏହି ମିଶନ ପାଇଁ ଇସ୍ରୋର ବୈଜ୍ଞାନିକ ମାନେ ଦିନରାତିକୁ ଏକାକାର କରିଦେଇଛନ୍ତି। ଏଭଳି ସମୟରେ କୁଇଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀର ଆଜିର ପ୍ରାର୍ଥନା ସଭାରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲାମାନେ ସବୁଦିନିଆ ପ୍ରାର୍ଥନା ବୋଲି ସାରିଲା ପରେ ଜହ୍ନର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ -୩ର ସଫଳ ଅବତରଣ ନେଇ ପ୍ରାର୍ଥନା କରିଥିଲେ।ଇସ୍ରୋ ଜିନ୍ଦାବାଦ ଓ ଭାରତ ମାତା କି ଜୟ ଧ୍ୱନିରେ ଚତୁର୍ଦ୍ଦିଗ ଗୁଞ୍ଜରିତ ହୋଇଥିଲା।ସ୍କୁଲର ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଭାରେ ସହକାରୀ ଶିକ୍ଷକ ସିଦ୍ଧାର୍ଥ ତନ୍ମୟ ଦାସ ଚନ୍ଦ୍ରଯାନ -୩ ମିଶନ ଏବଂ ଭାରତକୁ ଏଥିରୁ ମିଳିବାକୁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ ।
ଲିଟିଲ୍ ହାର୍ଟସ ସ୍କୁଲରେ ନିଆରା ପ୍ରାର୍ଥନା ସଭା: ଚନ୍ଦ୍ରଯାନ -୩ ର ସଫଳ ଅବତରଣ କାମନା କଲେ ଛାତ୍ର ଛାତ୍ରୀ
- Post published:August 23, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul