ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟାଗ୍ରହ

You are currently viewing ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟାଗ୍ରହ

ଆଠମଲ୍ଲିକ : ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତି ବିରୁଦ୍ଧରେ ସୋମବାର ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅଦାଲତ ପରିସରରେ ସତ୍ୟାଗ୍ରହ କରାଯାଇଛି। ସାରା ଓଡିଶା ଆଇନଜୀବୀ ସଂଘର ସଭାପତି ଓ ସମ୍ପାଦକ ବୈଠକ ଗତ ୪ ତାରିଖରେ ଭୁବନେଶ୍ୱର ବାର ହଲଠାରେ ସର୍ବସମ୍ମତି କ୍ରମେ ୧୨ ତାରିଖ ସୋମବାର ଓଡିଶାର ସମସ୍ତ ଅଦାଲତ ସମ୍ମୁଖରେ ଆଇନଜୀବୀମାନେ ସତ୍ୟାଗ୍ରହରେ ବସିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି କ୍ରମରେ ଆଠମଲ୍ଲିକ ଆଇନଜୀବୀ ସଂଘ ମଧ୍ୟ ଏହି ସତ୍ୟାଗ୍ରହରେ ସାମିଲ ହୋଇଛି।

୧୨ଏ ଅବସରରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ସମେତ ସମସ୍ତ ତିନିଜଣ ମାଜିଷ୍ଟ୍ରେଟଙ୍କୁ ସେମାନଙ୍କ କାର୍ଯ୍ୟାଳୟକୁ ଯିବାକୁ ଦିଆଯାଇଥିବା ବେଳେ ଅଦାଲତର କର୍ମଚାରୀଙ୍କୁ ମଧ୍ୟ ସେମାନଙ୍କ କାର୍ଯ୍ୟ ତୁଲାଇବାକୁ ସୁଯୋଗ ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ସହ ସତ୍ୟାଗ୍ରହ କାର୍ଯ୍ୟକ୍ରମ ସମାପନ ହୋଇଥିବା ଜଣାଯାଇଛି।

ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଅସିତ ରଞ୍ଜନ ଦେଓ, ଜିତେନ କୁମାର ମିଶ୍ର, ନାରାୟଣ ପ୍ରଧାନ, ଓକିଲ ସଂଘ କୋଷାଧ୍ୟକ୍ଷ ସମୀର କୁମାର ପ୍ରଧାନ, ବାମନ କୁମାର ମିଶ୍ର, ଅଞ୍ଜନ କୁମାର ପ୍ରଧାନ, ରାମଚନ୍ଦ୍ର କର୍ଣ୍ଣ, କ୍ରିମିନାଲ ବାର ସଭାପତି ଘନଶ୍ୟାମ ବେହେରା, ସନ୍ତୋଷ କୁମାର ତ୍ରିପାଠୀ, ଅଶୋକ କୁମାର ମହାପାତ୍ର, ଅରବିନ୍ଦ ଜ୍ୟୋତିଷରାୟ, ଦୀନେଶ ସିଂହସାମନ୍ତ, ଲଲାଟେନ୍ଦୁ ଦାଶ, ବିଦ୍ୟୁତ ପାଣିଗ୍ରାହୀ, ସୁଧାଂଶୁ ଶତପଥୀ, ନାରାୟଣ ଦାଶ, ଉଗ୍ରସେନ ସେଠି, ରାଜେଶ କୁମାର ମିଶ୍ର, ଅଲେଖ କର୍ମୀ, ଅର୍ଜୁନ ରାଉଳ, ପୀତବାସ ସାହୁ, ମାଧବ ଚନ୍ଦ୍ର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Share

Leave a Reply