ଅନୁଗୁଳ : ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ହୁଲୁରିସିଂହା ଛକ ନିକଟରେ ଏକ ବାଇକ୍ ଜଳିଯାଇଛି। ଦୁର୍ବୃତ୍ତମାନେ ଜାଣିଶୁଣି ପେଟ୍ରୋଲ ଢାଳି ବାଇକରେ ନିଆଁ ଲଗାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନା ଅନୁସାରେ, ହୁଲୁରିସିଂହା ଛକ ନିକଟରେ ଏକ ବାଇକ୍ ଥୁଆହୋଇଥିଲା। କିଛି ଅଜଣା ବ୍ୟକ୍ତି ଆସି ତା ଉପରେ ପେଟ୍ରୋଲ ଢାଳି ଦିଆସିଲି ମାରିଦେଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପାଟି କରିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ। ଖବର ପାଇ ଅନୁଗୁଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ତେବେ ସେତେବେଳକୁ ବାଇକର ଅଧାରୁ ଅଧିକ ଅଂଶ ପୋଡ଼ିଯାଇଥିବା ଜଣାଯାଇଛି।