ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ “ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ”

You are currently viewing ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ “ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ”

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡ଼ା ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକ ଲକ୍ଷ୍ମୀ ନାରାୟଣ ପୂଜା କମିଟି ଆନୁକୂଲ୍ୟରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ “ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ” ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପୁରୁଣା ଅବ୍ୟବହୃତ ବସ୍ତ୍ର, ଶୀତ ବସ୍ତ୍ର, କମ୍ବଳ ଆଦି ଥିଲେ ତାକୁ ଦାନ କରିବେ। ଉକ୍ତ ସାମଗ୍ରୀକୁ ଗରିବ ଓ ଅସହାୟ ଲୋକ ମାନେ ବିନା ମୂଲ୍ୟରେ ନେଇପାରିବେ।

ଏହି ନିଆରା କାର୍ଯ୍ୟକ୍ରମ ଲକ୍ଷ୍ମୀ ନାରାୟଣ ପୂଜା କମିଟିର ସଭାପତି ବ୍ରିରେନ୍ଦ୍ର ନାୟକ(ମଣ୍ଟୁ ଭାଇ) ଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ଅନିଲ ଲେଙ୍କା, ଉପସଭାପତି ଚନ୍ଦ୍ରକାନ୍ତ ପ୍ରଧାନ, କୋଷାଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଆୟୋଜିତ ହେଉଥିବା ଜଣାଯାଇଛି।

Share

Leave a Reply