ମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ବିଧବା ପତ୍ନୀ

You are currently viewing ମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ବିଧବା ପତ୍ନୀ

ଅନୁଗୁଳ: ମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗାଁର ଝରଣା ନାଏକ।

ଝରଣାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ଵାମୀ ସୁଧୀର ନାଏକ ଗତ ୦୮.୦୭.୨୦୨୧ ରେ ନିଖୋଜ ହୋଇଥିଲେ। ଏ ନେଇ ସେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିଛି ମାସ ପରେ ୨୫.୦୪.୨୦୨୨ ରେ ମାଟି ଗାଡ଼ିଆ ସାହି ଜଙ୍ଗଲର ଏକ ଜାମୁ ଗଛରେ ତାଙ୍କ ଗାମୁଛା ଝୁଲୁଥିବା ବେଳେ ଖପୁରୀ ଓ କଙ୍କାଳ ତଳେ ପଡ଼ିଥିଲା। ଖପୁରୀ ଓ କଙ୍କାଳକୁ ଫରେନସିକ ଲ୍ୟାବ ନେଇ ଡିଏନଏ ଟେଷ୍ଟ କରାଇବାରୁ ତାହା ସୁଧୀରଙ୍କର ବୋଲି ଜଣାପଡ଼ିଥିଲା। ଏନେଇ ସ୍ତ୍ରୀ ଝରଣା ନାଏକ ସେତେବେଳେ ନାଲକୋ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଇତି ମଧ୍ୟରେ ଘଟଣାକୁ ୪ ମାସ ହୋଇଥିଲେ ବି ଅଭିଯୁକ୍ତକୁ ଧରାଯାଇନାହିଁ। ଏଣୁ ଆଜି ବାଧ୍ୟ ହୋଇ ନ୍ୟାୟ ଆଶାରେ ଏସପି ଅଫିସର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ଝରଣା।

Share

Leave a Reply