ମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସି ହଟହଟା ହେଲା ଜିଲ୍ଲା ପ୍ରଶାସନ

You are currently viewing ମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସି ହଟହଟା ହେଲା ଜିଲ୍ଲା ପ୍ରଶାସନ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ଅଧୀନସ୍ଥ କାଣ୍ଡସର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରିବାକୁ ଆସି ହଟହଟା ହୋଇଛନ୍ତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ। ଏହି ସ୍ଥାନରେ ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବାରୁ ସ୍ଥାନୀୟ ଲୋକେ ତାହାକୁ ଭାଙ୍ଗିବାକୁ ଦେଇ ନଥିଲେ। ଫଳରେ ବାଧ୍ୟ ହୋଇ ପ୍ରଶାସନ ଫେରିଯାଇଥିବା ଜଣାଯାଇଛି।

ସୂଚନାନୁଯାୟୀ, କାଣ୍ଡସର ଗାଁର ପ୍ଲଟ ନମ୍ବର ୬୨୫୩ କୁ ରାମଚନ୍ଦ୍ର ସାହୁ କିଣିଥିଲେ। ଏହି ଜାଗାକୁ ଲାଗି ଜାତୀୟ ରାଜପଥ ଓ ପଞ୍ଚାୟତ ରାସ୍ତା ଅଛି। ଏହି ରାସ୍ତାକୁ କିଛି ଲୋକ ଅବରୋଧ କରି ରଖିଥିବା ଦର୍ଶାଇ ସେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ସେଠାରେ ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବା ଦର୍ଶାଇ ଏହାକୁ ପଞ୍ଚାୟତବାସୀ ବିରୋଧ କରିଥିଲେ। ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଅଁରପାଳ ତହସିଲଦାର ଓ ଅତିରିକ୍ତ ତହସିଲଦାର, ଅନୁଗୁଳ ଏସଡିପିଓ, ନାଲକୋ ଥାନାଧିକାରୀ, ସଦର ଥାନାଧିକାରୀ ଓ ୨ ପ୍ଲାଟୁନ ଫୋର୍ସ ଆସି ମଙ୍ଗଳା ମନ୍ଦିର ଓ ଭୋଗ ଘର ଉଚ୍ଛେଦ ପାଇଁ ଆସିଥିଲେ। କିନ୍ତୁ ପଞ୍ଚାୟତବାସୀ ବିରୋଧ କରିବାରୁ ଜିଲ୍ଲା ପ୍ରଶାସନ ୧୫ ଦିନର ମହଲତ ଦେବା ସହିତ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖିଛନ୍ତି।

Share

Leave a Reply