ଅନୁଗୁଳ: ବାଲିମି ଥାନା ବାଙ୍କୀଡି ଗାଁର ଏକ ପୋଖରୀରେ ବୁଡି ଜଣେ ଯୁବକର ମୃତ୍ୟୁକୁ ନେଇ ଅନୁଗୁଳ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା। ସୋମବାର ଅପରାହ୍ନରେ ବାଙ୍କୀଡି ଗାଁର ଆଲୋକ ନାଏକ ଏବଂ ଚନ୍ଦନ ନାଏକ ଗାଁ ପୋଖରୀକୁ ପଦ୍ମ ଫୁଲ ତୋଳିବା ପାଇଁ ପଶିଥିଲେ କିନ୍ତୁ ପଙ୍କ ଏବଂ ପଦ୍ମନାଡ଼ରେ ଛନ୍ଦି ହୋଇ ବୁଡି ଯାଇଥିଲେ। ପାଟି ଶୁଣି କିଛି ଗ୍ରାମବାସୀ ପହଂଚି ଉଭୟଙ୍କୁ ଉଦ୍ଧାର କରି ଅନୁଗୁଳ ଡାକ୍ତର ଖାନା ନେଇଥିଲେ ସେଠାରେ ଗାଁର ଆଲୋକ ନାଏକ(୨୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟତମ ଗୁରୁତର ଯୁବକ ଚନ୍ଦନ ନାଏକଙ୍କୁ ୱାର୍ଡରେ ଭର୍ତି କରାଯାଇଛି। ତେବେ ଅଲୋକଙ୍କ ପରିବାର ଲୋକ ଆଲୋକ ଜିବିତ ଥିବା ଦାବି କରି କଟକ ନେବାପାଇଁ ଜିଦ କରିଥିଲେ।ଅପରାହ୍ନରେ ସେମାନେ ଜୋର କରି ମୃତକଙ୍କୁ କଟକ ନେବା ପାଇଁ ଉଦ୍ୟମ କରିଥିଲେ।ଖବର ପାଇ ଅନୁଗୁଳ ପୁଲିସ୍ ଡାକ୍ତରଖାନାରେ ପହଞ୍ଚିଥିଲା। ଉତ୍ତେଜନା ବଢିବାରୁ ପୁଲିସ୍ ଉପସ୍ଥିତିରେ ପୁଣି ଜଣେ ନୂଆ ଡାକ୍ତର ପରୀକ୍ଷା କରି ଆଲୋକକୁ ମୃତ ଘୋଷଣା କରିଥିଲେ।ଏହାପରେ ଉତ୍ତେଜନା କମିଥିଲା ଏବଂ ଶବ ବ୍ୟବଛେଦ ପାଇଁ ସଂରକ୍ଷିତ ରଖା ଯାଇଥିଲା। ମୃତ ଆଲୋକ ଜଣେ ଶିକ୍ଷିତ ଯୁବକ ଥିଲେ,ପୋଲିସ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିଲେ।ତେଣୁ ଗାଁରେ ଶୋକର ଛାୟା ଖେଳି ଯାଇଥିଲା ଅନ୍ୟପକ୍ଷରେ ଗାଁର କିଛି ବୟସ୍କ ବ୍ୟକ୍ତି ଉକ୍ତ ପୋଖରୀଟି ଲୋକ ବିଶ୍ୱାସରେ ଏକ ନିଷିଦ୍ଧ ପୋଖରୀ। ଏଠି ବର୍ଷର ଅଧିକାଂଶ ସମୟରେ ପଦ୍ମ ଫୁଟେ।ସେଠି କେହି ଫୁଲ ତୋଳନ୍ତି ନାହିଁ,କି ଗାଧୁଅନ୍ତି ନାହିଁ ବୋଲି ପ୍ରକାଶ କରିଛନ୍ତି।
ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା
- Post published:October 18, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
