ଭାଗବତ ଜନ୍ମ ଉତ୍ସବ: କଳସ ଯାତ୍ରା କଲେ ଅଏଡ଼ାବାସୀ

You are currently viewing ଭାଗବତ ଜନ୍ମ ଉତ୍ସବ: କଳସ ଯାତ୍ରା କଲେ ଅଏଡ଼ାବାସୀ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅଏଡ଼ା ପଞ୍ଚାୟତରେ ଭାଗବତ ଜନ୍ମ ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଓଲଥ ମହାନଦୀ ଘାଟରୁ ଅଏଡ଼ା ପର୍ଯ୍ୟନ୍ତ କଳସ ଯାତ୍ରା କରାଯାଇଥିଲା। ପରେ ସନ୍ଧ୍ୟା ପର୍ଯ୍ୟନ୍ତ ନାମ ସଂକୀର୍ତ୍ତନ କରାଯାଇଥିଲା। ସେଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣଙ୍କ ସଭାପତିତ୍ୱରେ ଅଏଡ଼ାର ଇଞ୍ଜିନିୟର ଦେବେନ୍ଦ୍ର ପ୍ରସାଦ ମିଶ୍ର, ନନ୍ଦକିଶୋର କର୍ଣ୍ଣ, ପଦ୍ମନାଭ ତରିଆ, ହରମୋହନ ବାରିକ, ସୁଦର୍ଶନ ଦନାୟକ, ସୁଦାମ ଭୁକ୍ତା, ବେଲାଳସେନ ଦେହୁରୀ, ତ୍ରିପୁରେନ୍ଦ୍ର କର୍ମୀ ଓ ଈଶ୍ୱର ପ୍ରଧାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀର ବାୟକ ଓ ଗାୟକଙ୍କୁ ସୁବର୍ଣ୍ଣ ଜୟନ୍ତୀ ଭାଗବତ କମିଟି ପକ୍ଷରୁ ଭାଗବତ ବହି ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ସନ୍ତୋଷ ଦନାୟକ, ସମ୍ପାଦକ ମହାଦେବ ଦନ୍ତା, ଉପଦେଷ୍ଟା ଆଦିତ୍ୟ ନାରାୟଣ ପଣ୍ଡା ଓ ଜଗଦାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply