ମହୀଧରପୁର ମହୋତ୍ସବ ମୟୂରୀ ଉଦ୍‌ଘାଟିତ: ମେଳାରେ କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

You are currently viewing ମହୀଧରପୁର ମହୋତ୍ସବ ମୟୂରୀ ଉଦ୍‌ଘାଟିତ: ମେଳାରେ କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

ଅନୁଗୁଳ: ରବିବାର ଉଦଘାଟିତ ହୋଇଛି ମହୀଧରପୁର ମହୋତ୍ସବ ମୟୂରୀ-୨୦୨୪। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ସାଂସ୍କୃତିକ ମହୋତ୍ସବ ଅଞ୍ଚଳ ମଧ୍ୟରେ ଭାଇଚାରା ସୃଷ୍ଟି କରେ ବୋଲି କହିଥିଲେ। ତେଣୁ ସମସ୍ତେ ଏହିଭଳି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ବିଧାୟକ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ସରପଞ୍ଚ ଇକି ସାହୁ, ସମିତିସଭ୍ୟ ସୁବାସ ଜେନା, ସଭାପତି ବିନୋଦ ବେହେରା, ସମ୍ପାଦକ ଭରତ କୁମାର ଜେନା, ବିଜୟାନନ୍ଦ ସାହୁ, ମାନସ କୁମାର ସାହୁ, ସନ୍ତୋଷ ବେହେରା, ମୋହନ କୁମାର ସାହୁ ଯୋଗ ଦେଇଥିଲେ।

ପରେ ମନମୋହିୟ କ୍ରିଏସନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା। ବନ୍ତଳା ଅଞ୍ଚଳର କଳାପାଟ ନୃତ୍ୟାଙ୍ଗନାମାନେ ମନଲୋଭା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏ ଅବସରରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାରର ମେଳା ପଡ଼ିଛି। ମେଳାରେ ଦିନ ବେଳା ଲୋକମାନେ ବୁଲି ବିଭିନ୍ନ ଘର କରଣା ଜିନିଷ କିଣିଥିବା ବେଳେ ସନ୍ଧ୍ୟାରେ ମୟୂରୀ ସାଂସ୍କୃତିକ ପେଣ୍ଡାଲ ନିକଟରେ ଭିଡ଼ ଜମାଇଥିଲେ। ମୟୂରୀ ପରିବାରର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply