ଆମ ଆଦମୀ ପାର୍ଟିର ବୈଠକ, ଆଗାମୀ ନିର୍ବାଚନର ରଣ କୌଶଳ ଆଲୋଚନା

You are currently viewing ଆମ ଆଦମୀ ପାର୍ଟିର ବୈଠକ, ଆଗାମୀ ନିର୍ବାଚନର ରଣ କୌଶଳ ଆଲୋଚନା

ବଇଣ୍ଡା: କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବୁଡିଆବାହାଳ ନିକଟରେ ମଙ୍ଗଳବାର ଆମ ଆଦମୀ ପାର୍ଟିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପାର୍ଟିର ବିଭିନ୍ନ ସମସ୍ୟା ସହ ଆଗାମୀ ନିର୍ବାଚନରେ ଦଳ କିଭଳି ସଫଳତା ଲାଭ କରିବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

କଦଳୀମୁଣ୍ଡା ପଞ୍ଚାୟତର ଦଳୀୟ ସଭାପତି କିଶୋର ଚନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପସଭାପତି ପ୍ରସାଦି ବେହେରା, ବ୍ଲକ ସଭାପତି ଦୀନବନ୍ଧୁ ସାହୁ, ବୁଲୁ ସାହୁ, ପଦ୍ମନ ମାଝୀ, ରମାକାନ୍ତ ସାହୁ, ଶରତ ଚନ୍ଦ୍ର ବେହେରା, ପଦ୍ମଲୋଚନ ସାହୁ, ବଂଶୀଧର ପ୍ରଧାନ, ସୁଦର୍ଶନ ସାହୁ, ଧ୍ରୁବ ସାହୁ, ସତ୍ୟାନନ୍ଦ ନାୟକ, ରାଜେନ୍ଦ୍ର ବିଶ୍ଵାଳଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ।

Share

Leave a Reply