ଇଣ୍ଡିଆନ ମେଡିକାଲ ଆସୋସିସନ ତରଫରୁ ଆଓ ଗାଓଁ ଚଲେଁ ଅଭିଯାନ ଆରମ୍ଭ

You are currently viewing ଇଣ୍ଡିଆନ ମେଡିକାଲ ଆସୋସିସନ ତରଫରୁ ଆଓ ଗାଓଁ ଚଲେଁ ଅଭିଯାନ ଆରମ୍ଭ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତରେ ଇଣ୍ଡିଆନ ମେଡିକାଲ ଆସୋସିସନ ତରଫରୁ ଆଓ ଗାଓଁ ଚଲେଁ ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଇଣ୍ଡିଆନ ମେଡିକାଲ ଆସୋସିସନ ଅନୁଗୁଳ ବ୍ରାଞ୍ଚର ସଭାପତି ଡାକ୍ତର ତରୁଣ କୁମାର ସାହୁ, ବରିଷ୍ଠ ଭେଷଜ ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ, ଡାକ୍ତର ସୌମ୍ୟକାନ୍ତ ବିଶୋଇ, ଡାକ୍ତର ସ୍ମୃତି ରଞ୍ଜନ ବିଶ୍ଵାଳ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ପରିଚାଳନା କରିଥିଲେ।

ଲୋକ କିପରି ସଠିକ ଚିକିତ୍ସା ପାଇପାରିବେ, ମଧୁମେହ, ରକ୍ତଚାପ ପରି ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ବସଲା ଗ୍ରାମର ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟ କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply