ଅଗ୍ନିଶମ ସେବା ସପ୍ତାହ ପାଳନ, ସପ୍ତାହ ବ୍ୟାପୀ ସଚେତନତା, ମକ୍‌ଡ୍ରିଲ୍

You are currently viewing ଅଗ୍ନିଶମ ସେବା ସପ୍ତାହ ପାଳନ, ସପ୍ତାହ ବ୍ୟାପୀ ସଚେତନତା, ମକ୍‌ଡ୍ରିଲ୍

ଅନୁଗୁଳ: ଅନୁଗୁଳ ଅଗ୍ନିଶମ କେନ୍ଦ୍ର ଠାରେ ବୁଧବାର ଅଗ୍ନିଶମ ସେବା ସପ୍ତାହ ଆରମ୍ଭ ହୋଇଛି। ଜିଲ୍ଲା ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଡ୍ୟୁଟିରେ ଥିବା ବେଳେ ସହିଦ୍ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଏକ ସଚେତନତା ରାଲି ଦମକଳ କେନ୍ଦ୍ରରୁ ବାହାରି ସହର ପରିକ୍ରମା କରିଥିଲା। ସହରବାସୀଙ୍କ ମଧ୍ୟରେ ଅଗ୍ନି ସତର୍କତା, ଅଗ୍ନି ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ସଚେତନତା ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଚାଲିବ। ସପ୍ତାହ ମଧ୍ୟରେ ଗୋଟିଏ ସପିଂ ମଲ୍, ଗୋଟିଏ ସ୍କୁଲ ଓ ଗୋଟିଏ ଡାକ୍ତରଖାନାରେ ମକଡ୍ରିଲ୍ କରାଯିବ ବୋଲି ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ଶ୍ରୀ ବିଶ୍ଵାଳ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିଡିଂ ଫାୟାରମ୍ୟାନ୍ ସୁକାନ୍ତ କୁମାର ନାଥ, ରଶ୍ମି ରଞ୍ଜନ ବରାଳ, ମିଶ୍ର କିଷାନ୍, ଆତ୍ମିକ କ୍ଷୀରୋଦ ସାହୁ, ରବି କୁମାର ନାୟକ, ପ୍ରଦୀପ କୁମାର ସାହୁ, ରଣଜୀତ ରାଉତ, ପ୍ରତାପ କୁମାର ସାହୁ, ରଶ୍ମିରଞ୍ଜନ ଲେଙ୍କା, ପ୍ରକାଶ ଚନ୍ଦ୍ର ନାୟକ, ଆଶୁତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

 

Share

Leave a Reply